ରାଜ୍ୟ

ସରିଲା ଧଉଳି କଳିଙ୍ଗ ମହୋତ୍ସବ – Kalinga News

[ad_1]

ସରିଲା ଧଉଳି କଳିଙ୍ଗ ମହୋତ୍ସବ। ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟଭିଜନ୍ ଦ୍ୱାରା ଆୟୋଜିତ ୨୦ ତମ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି । ଉଦଯାପନୀ ସଂଧ୍ୟାକୁ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଶାସନ ସଚିବ ଆରତି ଆହୁଜା ଉଦ୍ ଘାଟନ କରିଥିଲେ ।

Right hand Widget Bar

ପିପିଲି (କେନ୍ୟୁଜ୍‌) : ସରିଲା ଧଉଳି କଳିଙ୍ଗ ମହୋତ୍ସବ। ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଏବଂ ଆର୍ଟଭିଜନ୍ ଦ୍ୱାରା ଆୟୋଜିତ ୨୦ ତମ ଧଉଳି କଳିଙ୍ଗ ମହୋତ୍ସବ ଶେଷ ହୋଇଛି । ଉଦଯାପନୀ ସଂଧ୍ୟାକୁ ଭାରତ ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟର ଶାସନ ସଚିବ ଆରତି ଆହୁଜା ଉଦ୍ ଘାଟନ କରିଥିଲେ । ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ମହାରାଷ୍ଟ୍ରର ଭୌବଭ ଆରେଖଙ୍କ ଭାରତନାଟ୍ୟମ୍ ସାଙ୍ଗକୁ ବାଙ୍ଗାଲୋରର କର୍ଣ୍ଣକୋପିୟା କ୍ରୀଏସନର ଜନାର୍ଦ୍ଦନ ରାଜ ଉର୍ସ ଓ ସାଥୀ ସମରକଳା ନୃତ୍ୟ ଯାହା ଦର୍ଶକଙ୍କୁ ଶୀତୁଆ ସଂଧ୍ୟାରେ ବିଭୋର କରିଥିଲା ।

ବିଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ମାଧବୀ ମୁଦ୍ ଗଲ୍ ତାଙ୍କ ଜୀବନବ୍ୟାପୀ ଓଡ଼ିଶୀ ନୃତ୍ୟ ସାଧନା ପାଇଁ ଚଳିତ ବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ ବୁଦ୍ଧ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା । ସେହିପରି ବିଶିଷ୍ଟ ପ୍ରହଲ୍ଲାଦ ନାଟକ ଗୁରୁ ସିମାଞ୍ଜଳ ପାତ୍ର, ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଦେବେନ୍ଦ୍ର ନାରାୟଣ ଶତପଥୀ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ରତିକାନ୍ତ ମହାପାତ୍ର ଏବଂ ଖ୍ୟାତନାମା ସାଧାରଣ ଚିକିତ୍ସକ ଡ଼ଃ ସିଦ୍ଧାର୍ଥ ମହାନ୍ତିଙ୍କୁ ସେମାନଙ୍କର ଜୀବନବ୍ୟାପୀ ନୃତ୍ୟ, ସଙ୍ଗୀତ ସାଧନା ଓ ଜନସେବା ପାଇଁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିଲା ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button