ଟ୍ବେଣ୍ଟି-୨୦ ମାନ୍ୟତା: ଶୀର୍ଷରେ ସୂର୍ଯ୍ୟ ସ୍ଥିର – Kalinga News

[ad_1]
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନରିକ ନର୍ଖିୟା ଆଇସିସି ଟ୍ବେଣ୍ଟି-୨୦ ବୋଲରଙ୍କ ମାନ୍ୟତାରେ ଶୀର୍ଷ ୧୦ରେ ପହଞ୍ଚିଛନ୍ତି। ଚଳିତ ବିଶ୍ବକପ୍ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ସେ ମ୍ୟାଚ୍ ବିଜୟୀ ସ୍ପେଲ୍ (୪/୭) ପକାଇଥିବାରୁ ଏଭଳି ପୁରସ୍କାର ପାଇଛନ୍ତି। ସଦ୍ୟପ୍ରକାଶିତ ତାଲିକାରେ ୯ଟି ସ୍ଥାନ ଉପରକୁ ଲମ୍ଫ ମାରି ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି ସେ। ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇବାରେ ଅଷ୍ଟ୍ରେଲିଆର ଜୋସ୍ ହାଜଲ୍ଉଡ୍ (ପଞ୍ଚମ)ଙ୍କ ପରେ ଦ୍ବିତୀୟ ଦ୍ରୁତ ବୋଲର ହୋଇଛନ୍ତି। ଇଂଲଣ୍ଡର ସ୍ପିନର ଅଦିଲ ରସିଦ ଶୀର୍ଷରେ ଥିବା ବେଳେ ଭାରତୀୟ ସ୍ପିନର ଅକ୍ଷର ପଟେଲ୍ ଓ ରବି ବିଷ୍ଣୋଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି। ଅନ୍ୟପକ୍ଷରେ ବାଂଲାଦେଶର ସକିବ୍ ଆଦିଲ୍ ହାସନ୍ ଅଲ୍ରାଉଣ୍ଡର୍ଙ୍କ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଭାରତୀୟ ଖେଳାଳି ସୂର୍ଯ୍ୟକୁମାର ୟାଦବ ବ୍ୟାଟର୍ଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ସ୍ଥିର ଅଛନ୍ତି। ଫିଲ୍ ସଲ୍ଟ ଦ୍ବିତୀୟ, ପାକିସ୍ତାନର ମହମ୍ମଦ ରିଜୱାନ ଓ ବାବର ଆଜମ୍ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି।
[ad_2]




