ରାଜନୀତି

ଆସ୍ଥା ଭୋଟ୍‌ରେ ଜିତିଲେ ନୀତୀଶ – Kalinga News

[ad_1]

ପାଟଣା: ବିହାର ବିଧାନସଭାରେ ଆଜି ହୋଇଥିବା ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜର ବହୁମତ ପ୍ରମାଣ କରିଛନ୍ତି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ୧୨୯ଜଣ ସଦସ୍ୟ ନୀତୀଶଙ୍କ ସମର୍ଥନରେ ଭୋଟ ଦେଇଥିବା ବେଳେ ବିରୋଧୀ ଦଳ ମତଦାନରେ ଭାଗ ନନେଇ କକ୍ଷ୍ୟତ୍ୟାଗ କରିଛନ୍ତି। ତେବେ ଉଲ୍ଲେଖନୀୟ ଘଟଣା ହେଲା ଯେ ଆରଜେଡିର ତିନି ଜଣ ବିଧାୟକ ମତଦାନ ବେଳେ ନୀତୀଶଙ୍କ ଜେଡିୟୁ ଶିବିରରେ ଯାଇ ବସିଥିଲେ।

ବିଧାନସଭାରେ ଆସ୍ଥା ଭୋଟକୁ ନେଇ ଦିନତମାମ ନାଟକୀୟ ସ୍ଥିତି ଦେଖିବାକୁ ମିଳିଥିଲା। ଭୋଟ ପୂର୍ବରୁ ବିଜେପି, ଆର୍‌ଜେଡି ଓ ଜେଡିୟୁର କିଛି ବିଧାୟକଙ୍କ ଅନୁପସ୍ଥିତିୁକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେ‌େବ ମତଦାନ ବେଳେ ଆରଜେଡିର ତିନି ଜଣ ବିଧାୟକ ନୀତୀଶଙ୍କ ଶିବିର‌େର ଯାଇ ସାମିଲ ହୋଇଯାଇଥିଲେ। ଶାସକ ମେଣ୍ଟର ୧୨୮ ସଭ୍ୟ ଥିବା ବେଳେ ଜେଡିୟୁର ଜଣେ ବିଧ‌ାୟକ ଅନୁପସ୍ଥିତ ଥିଲେ ଏବଂ ଉପବାଚସ୍ପତି ଭୋଟ୍ ଦେଇନଥିଲେ। ସମର୍ଥନ ସଂଖ୍ୟା ୧୨୬ ହେଉଥିବା ବେଳେ ଆରଜେଡିର ତିନି ଜଣ ବିଧାୟକଙ୍କ ସମର୍ଥନରେ ଏହି ସଂଖ୍ୟା ୧୨୯ରେ ଯାଇ ପହଂଚିଥିଲା।

ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ମଧ୍ୟ ବେଶ୍‌ ଗରମାଗରମ ଥିଲା। ଆଲୋଚନାରେ ଭାଗ ନେଇ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ନୀତୀଶଙ୍କୁ କଡ଼ା ସମାଲୋଚନା କରିଥିଲେ। ଆର୍‌ଜେଡି ସହ ସମ୍ପର୍କ ଛିନ୍ନ କରିବା ପରେ ନୀତୀଶ ଗଣମାଧ୍ୟମକୁ କହିଥିଲେ ଯେ ମେଣ୍ଟରେ ତାଙ୍କର ମନ ଲାଗୁନଥିଲା। ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ତେଜସ୍ବୀ କହିଥିଲେ ଯେ ସେମାନେ (ଆର୍‌ଜେଡି ଦଳ) କ’ଣ ନାଚିବା, ଗାଇବା ପାଇଁ ଅଛନ୍ତି କି ଯେ ଆପଣଙ୍କ ମନ ଲାଗିବ। ସେହିଭଳି ବିଜେପି ସଦସ୍ୟଙ୍କୁ କଟାକ୍ଷ କରି ତେଜସ୍ବୀ ପ୍ରଶ୍ନ କରିଥିଲେ ଯେ ନୀତୀଶ କୁମାର ଆଉ ଏକ ୟୁଟର୍ଣ୍ଣ ନେବେନାହିଁ ବୋଲି ମୋଦୀ ଗ୍ୟାରେଣ୍ଟି ଦେଇପାରିବେ କି?



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button