ଭାରତ ପୁଣି ହାରିଲା – Kalinga News

[ad_1]
ରାଉରକେଲା: ଭାରତୀୟ ପୁରୁଷ ହକି ଦଳ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଅପରାଜେୟ ରହିଥିବାବେଳେ ମହିଳା ଦଳ କିନ୍ତୁ ଏଠାରେ ଖେଳିଥିବା ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଛି। ସୋମବାର ଭାରତୀୟ ମହିଳା ଦଳ ପ୍ରୋ-ଲିଗ୍ର ଚୀନ ବିପକ୍ଷ ମ୍ୟାଚ୍ରେ ୧-୨ ଗୋଲ୍ରେ ପରାସ୍ତ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସପ୍ତମ ମିନିଟ୍ରେ ସଙ୍ଗୀତା କୁମାରୀ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ଦେଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ତେବେ ପ୍ରଥମ କ୍ବାର୍ଟର ଶେଷହେବାର ମାତ୍ର ଗୋଟିଏ ମିନିଟ୍ ପୂର୍ବରୁ ଗୁ ବିନଫେଙ୍ଗ୍ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ରୂପାନ୍ତର କରି ସ୍ଥିତି ୧-୧ କରି ନେଇଥିଲେ। ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ଉଭୟ ଦଳ ନିଜନିଜର ଆକ୍ରମଣକୁ ଶାଣିତ କରିଥିଲେ। ହେଲେ କେହି କାହାରିକୁ ଗୋଲ୍ ଦେବାରେ ସକ୍ଷମ ହୋଇନଥିଲେ। ୫୩ତମ ମିନିଟ୍ରେ ଚୀନ ପେନାଲ୍ଟି ଷ୍ଟ୍ରୋକ୍ ପାଇବା ପରେ କିନ୍ତୁ ମ୍ୟାଚ୍ର ଗତିପଥ ବଦଳି ଯାଇଥିଲା।
ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନକରି ବିନଫେଙ୍ଗ୍ ଚୀନର ଚିତ୍ତାକର୍ଷକ ବିଜୟର ନାୟିକା ସାଜିଥିଲେ। ଏହି ମ୍ୟାଚ୍ରେ ଦୁଇ ଓଡ଼ିଆ ଖେଳାଳି ସୁନେଲିତା ଟପ୍ପୋ ଓ ଜ୍ୟୋତି ଛତ୍ରୀ ଘରୋଇ ପରିବେଶରେ ଖେଳିବାର ସୁଯୋଗ ପାଇଥିଲେ। ସୋମବାରର ଅନ୍ୟ ଏକ ମ୍ୟାଚ୍ରେ ନେଦରଲାଣ୍ଡ୍ସ ଏକତରଫା ଭାବେ ୪-୦ ଗୋଲ୍ରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପରାସ୍ତ କରିଥିଲା।
[ad_2]