ଖେଳ ଖବର

ବିରାଟ ଟି-୨୦ ବିଶ୍ବକପ ‌ଖେଳନ୍ତୁ ବୋଲି ଚାହାନ୍ତିନି ଏହି ଖେଳାଳି – Kalinga News

[ad_1]

ନୂଆଦିଲ୍ଲୀ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ପାଇଁ ଆଇପିଏଲ୍ ୨୦୨୪ସିଜିନ ମଧ୍ୟ ଫଳପ୍ରଦ ‌ସାବ୍ୟସ୍ତ ହୋଇନାହିଁ। ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଭଲ ରନ୍ ସ୍କୋର କରୁଥିଲେ ବି ଗ୍ଲେନ୍ ମ୍ୟାକ୍ସୱେଲ ଆରସିବି ପାଇଁ ସବୁଠାରୁ ଦୁର୍ବଳ ଖେଳାଳି ବୋଲି ପ୍ରମାଣ କରିଚାଲିଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ୬ଇନିଂସରେ ମାତ୍ର ୩୨ରନ୍ ସ୍କୋର କରିଛନ୍ତି ମ୍ୟାକ୍ସୱେଲ, ସେଥିମଧ୍ୟରୁ ତାଙ୍କର ସର୍ବାଧିକ ସ୍କୋର ହେଉଛି ୨୮ରନ୍, ଯାହା ସେ କେକେଆର ବିପକ୍ଷ ମ୍ୟାଚରେ ସ୍କୋର କରିଥିଲେ।

ନିଜର ଏଭଳି ଖରାପ ପ୍ରଦର୍ଶନକୁ ନେଇ ମ୍ୟାକ୍ସୱେଲ ବିବାଦରେ ଥିବା ବେଳେ ବିରାଟଙ୍କୁ ନେଇ ସେ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଖେଳିଥିବା ସବୁ ଖେଳାଳିଙ୍କ ମଧ୍ୟରୁ ବିରାଟ ହେଉଛନ୍ତି ଜଣେ ଭଲ ଖେଳାଳି। ସେ ଚାପରେ ରହି ବି ଭଲ ପ୍ରଦର୍ଶନ କରିପାରନ୍ତି। ତାଙ୍କ କ୍ୟାରିୟର ଓ ତାଙ୍କ ରନ୍ ଦେଖିଲେ ଆପଣ ଜାଣିପାରିବେ। ୨୦୧୬ରେ ମୋହାଲିରେ ହୋଇଥିବା ଟି-୨୦ ବିଶ୍ବକପରେ ବିରାଟ ଯେଉଁଭଳି ଭାବେ ଖେଳିଥିଲେ, ତାହା ସବୁଠାରୁ ଉତ୍କୃଷ୍ଟ ଥିଲା। ତାଙ୍କର ପ୍ରଦର୍ଶନ ‌ମ୍ୟାଚର ଗତିବିଧି ବଦଳାଇ ଦେଇଥିଲା। ତାଙ୍କ ଭଳି ଖେଳାଳିଙ୍କ ସହ ଖେଳିବା ଏବଂ ‌ପ୍ରଶିକ୍ଷଣ ନେବା ନିହାତି ଭାବରେ ବଡ଼ କଥା। ହେ‌ଲେ ମୁଁ ତାଙ୍କ ବିପକ୍ଷରେ ଖେଳିବାକୁ ଚାହୁନାହିଁ। ତେଣୁ ସେ ଆଗାମୀ ଟି-୨୦ ବିଶ୍ବକପ ଖେଳନ୍ତୁ ବୋଲି ମୁଁ ଚାହୁନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button