ସୋନିଆଙ୍କ ଆସନରୁ ପ୍ରିୟଙ୍କା ଲଢିବେ ଲୋକସଭା ନିର୍ବାଚନ – Kalinga News

[ad_1]
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଉଛି। ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ, ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ ଲଢ଼ିପାରନ୍ତି। ସୋନିଆ ଗାନ୍ଧି ବର୍ତ୍ତମାନ ଉତ୍ତରପ୍ରଦେଶର ରାଏବରେଲିରୁ ସାଂସଦ ଅଛନ୍ତି। ତେବେ ଆସନ୍ତା ନିର୍ବାଚନରେ ସୋନିଆଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ଆସନରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟଗତ କାରଣରୁ ସୋନିଆ ଆଉ ଲୋକସଭା ନିର୍ବାଚନ ଲଢିବାକୁ ରାଜି ହେଉନଥିବା କୁହାଯାଉଛି । ଏହି କାରଣରୁ ତାଙ୍କୁ ରାଜ୍ୟସଭାରୁ ମନୋନୀତ କରିବାକୁ ଦଳ ବିଚାର କରୁଛି । ରାଏବରେଲି ପାରମ୍ପରିକଭାବେ ଗାନ୍ଧି ପରିବାରର ସୁରକ୍ଷିତ ଆସନ ଭାବେ ଜଣାଶୁଣା ।
ସୂଚନାଯୋଗ୍ୟ, ରାଜସ୍ଥାନର ୩ଟି ଆସନରେ ରାଜ୍ୟସଭା ନିର୍ବାଚନ ହେବାକୁ ଯାଉଛି। ବିଜେପିକୁ ୨ଟି ଓ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି। ମୋଟାମୋଟିଭାବେ ଚଳିତ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ୧୦ଟି ଆସନ ଜିତିପାରେ। ତେଲେଙ୍ଗାନାରୁ ୨ଟି, କର୍ଣ୍ଣାଟକର ୩ଟି, ରାଜସ୍ଥାନ, ମହାରାଷ୍ଟ୍ର, ହିମାଚଳ, ଝାଡ଼ଖଣ୍ଡ ଓ ବିହାରରୁ ଗୋଟିଏ ଲେଖାଏଁ ଆସନ କଂଗ୍ରେସ ପାଇବ ବୋଲି ଆକଳନ କରାଯାଇଛି। ଫେବ୍ରୁଆରି ୧୫ ସୁଦ୍ଧା ରାଜ୍ୟସଭାର ୫୬ଟି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଫେବ୍ରୁଆରି ୨୭ତାରିଖରେ ମତଦାନ ହେବ।
[ad_2]