ଖେଳ ଖବର

ରୌପ୍ୟରେ ସନ୍ତୁଷ୍ଟ ନୁହନ୍ତି ନୀରଜ – Kalinga News

[ad_1]

ନୂଆଦିଲ୍ଲୀ: ଦୋହା ଡାଏମଣ୍ଡ ଲିଗ୍‌ରେ ରୌପ୍ୟ ପଦକ ଜିତିଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି ଭାରତର ତାରକା ଜାଭଲିନ୍‌ ଫିଙ୍ଗାଳି ଅଲିମ୍ପିଆନ୍‌ ନୀରଜ ଚୋପ୍ରା। ମାତ୍ର ୨ ସେଣ୍ଟିମିଟର ପାଇଁ ସେ ସ୍ବର୍ଣ୍ଣ ପଦକ ହରାଇଥିଲେ। ତଥାପି ନିଜ ପ୍ରଦର୍ଶନରେ ଆହୁରି ଉନ୍ନତି ଆଣିପାରିଥାନ୍ତେ ବୋଲି କହିଛନ୍ତି ଏହି ଅଲିମ୍ପିକ୍ ଓ ବିଶ୍ବ ବିଜେତା। ୱାର୍ମଅପ୍‌ ଥ୍ରୋ ବହୁତ ଭଲ ହୋଇଥିଲା ବେଳେ ପ୍ରଥମ ଥ୍ରୋ ଖରାପ ହେଲା। ଶେଷ ଥ୍ରୋରେ ଆହୁରି ଅଧିକ ବାଟ ପକାଇ ପାରିଥାନ୍ତି। କିନ୍ତୁ ଏହା ଚଳିତ ଋତୁର ପ୍ରଥମ ପ୍ରତିଯୋଗିତା, ତେଣୁ ହାତରେ ସମୟ ଥିବାରୁ ଅଧିକ ଚାପ ନେବାକୁ ଚାହିନଥିଲି। ଏବେ ଆଗକୁ କ’ଣ କରିବାକୁ ହେବ ତାହା ଜାଣିପାରିଛି ଓ ସେହି ଅନୁସାରେ ପ୍ରସ୍ତୁତ ହେବି ବୋଲି ନୀରଜ କହିଛନ୍ତି। ଏଠାରେ ନୀରଜ ପ୍ରଥମ ସ୍ଥାନ ଅଧିକାର କରିଥିବା ଚେକ୍‌ଗଣରାଜ୍ୟର ଜ୍ୟାକବ ଭାଡଲେଚ୍‌ (୮୮.୩୮)ଙ୍କଠାରୁ ମାତ୍ର ୨ ସେଣ୍ଟିମିଟର ପଛରେ ପଡ଼ି ଯାଇଥିଲେ। ନୀରଜଙ୍କ ପ୍ରଥମ ପ୍ରୟାସ ନିଷ୍ଫଳ ଯାଇଥିଲା ବେଳେ ଦ୍ବିତୀୟରେ ୮୪.୯୩ ମିଟର, ତୃତୀୟରେ ୮୬.୨୪ ମିଟର, ଚତୁର୍ଥରେ ୮୬.୧୮ମିଟର, ପଞ୍ଚମରେ ୮୨.୨୮ ମିଟର, ଷଷ୍ଠରେ ୮୮.୩୬ ମିଟର୍‌ ଜାଭ୍‌ଲିନ୍‌ ଫିଙ୍ଗିଥିଲେ।
ସେ କହିଛନ୍ତି, ଏହି ଇଭେଣ୍ଟ ପାଇଁ ଶରୀର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ନଥିବା ପରି ମନେ ହେଉଥିଲା। ହେଲେ କ’ଣ ପାଇଁ ଏମିତି ହେଉଥିଲା ସେ ଜାଣି ନଥିଲେ। ଏହା ସତ୍ତ୍ବେ ୮୮ ମିଟର ଅତିକ୍ରମ କରିପାରିଥିଲେ ବୋଲି କହିଛନ୍ତି। ଆଗକୁ ‌ହେବାକୁ ଥିବା ପ୍ରତିଯୋଗିତା ଗୁଡ଼ିକ ପାଇଁ ଆହୁରି ଭଲ ପ୍ରସ୍ତୁତି କରିବାକୁ ହେବ। ଯଦି ଅସୁସ୍ଥ ଅନୁଭବ ସତ୍ତ୍ବେ ୮୮ ମିଟର ଫିଙ୍ଗି ପାରିଲି, ତାହେଲେ ଆଗକୁ କେତେ ଦୂର ପର୍ଯ୍ୟନ୍ତ ପକାଇପାରିବି ତାହା ପରୀକ୍ଷା କରିବାକୁ ହେବ। ପ୍ୟାରିସ୍‌ ଅଲିମ୍ପିକ୍ସ ପୂର୍ବରୁ ୩-୪ଟି ପ୍ରତିଯୋଗିତା ବାକି ଅଛି। ସେଠାରେ ଭଲ କରିବାକୁ ଚେଷ୍ଟା କରିବି ବୋଲି ନୀରଜ କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button