ଖେଳ ଖବର

ବୋପାନ୍ନାଙ୍କ ପ୍ରଶଂସକ ଗିଲ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଭେଟେରାନ୍ ଟେନିସ୍‌ ଖେଳାଳି ରୋହନ ବୋପାନ୍ନାଙ୍କ ବଡ଼ ପ୍ରଶଂସକଙ୍କ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓପନର୍‌ ଶୁବମନ ଗିଲ୍‌। ଶନିବାର ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ଗିଲ୍‌ ବିଶ୍ବର ଏକ ନମ୍ବର ପୁରୁଷ ଯୁଗଳ ଖେଳାଳି ବୋପାନ୍ନାଙ୍କ ସହ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି ‘‘ପକୃତରେ କିଂବଦନ୍ତି’’।

ଅଷ୍ଟ୍ରେଲିଆନ୍‌ ଓପନ୍‌ ଫାଇନାଲ୍‌ରେ ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ସାଥୀ ମାଥ୍ୟୁ ଏବ୍‌ଡେନ୍‌ ଇଟାଲି ଯୋଡ଼ି ସିମୋନ ବୋଲେଲି ଓ ଆଣ୍ଡ୍ରିଆ ଭାଭାସୋରିଙ୍କୁ ହରାଇ ଟ୍ରଫି ଜିତିଥିଲେ। ବୋପାନ୍ନାଙ୍କର ଏହା ପ୍ରଥମ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଯୁଗଳ ଟ୍ରଫି ଥିଲା। ୪୩ ବର୍ଷ ୩୨୯ ଦିନ ବୟସରେ ଗ୍ରାଣ୍ଡସ୍ଲାମ୍‌ ଜିତି ବୟୋ‌ଜ୍ୟେଷ୍ଠ ହେବାର ଗୌରବ ଅର୍ଜନ କରିଥିଲେ ସେ। ଲିଆଣ୍ଡର ପେସ୍‌ ଓ ମହେଶ ଭୂପତିଙ୍କ ପରେ ତୃତୀୟ ଭାରତୀୟ ଭାବେ ପୁରୁଷ ଯୁଗଳ ଗ୍ରାଣ୍ଡସ୍ଲାମ୍‌ ମୁକୁଟ ଜିତିଥିଲେ। ‌ପୂର୍ବରୁ ସେ କାନାଡ଼ାର ଗାବ୍ରିଲା ଡାବ୍ରୋସ୍କିଙ୍କୁ ସାଥୀ କରି ୨୦୧୭ ଫ୍ରେଞ୍ଚ୍‌ ଓପନ୍‌ ମିଶ୍ରିତ ଯୁଗଳ ଟ୍ରଫି କରାୟତ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button