୧୩ ଜିଲ୍ଲା କଂଗ୍ରେସ ସଭାପତି ବଦଳିଲେ – Kalinga News

[ad_1]
ଭୁବନେଶ୍ବର: ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ଜିଲ୍ଲାସ୍ତରରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ କରି ଆଡହକ୍ ସଭାପତିମାନଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଗଞ୍ଜାମ ଜିଲ୍ଲାକୁ ବିଭକ୍ତ କରି ଗଞ୍ଜାମ ପୂର୍ବ ଜିଲ୍ଲା କଂଗ୍ରେସ ଏବଂ ଗଞ୍ଜାମ ପଶ୍ଚିମ ଜିଲ୍ଲା କଂଗ୍ରେସ, ମୟୂରଭଞ୍ଜ ଜିଲ୍ଲାକୁ ବିଭକ୍ତ କରି ମୟୂରଭଞ୍ଜ ପୂର୍ବ ଜିଲ୍ଲା କଂଗ୍ରେସ ଓ ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା କଂଗ୍ରେସ ଗଠନ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଆଜି ବରଗଡ଼ ଜିଲ୍ଲା ସଭାପତି ଭାବେ ହରଦୀପ ସିଂହଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଢେଙ୍କାନାଳ ପାଇଁ ସୁନିଲ ଦାସ, ଗଞ୍ଜାମ ପୂର୍ବ-ଦୀପକ ପଟ୍ଟନାୟକ, ଗଞ୍ଜାମ ପଶ୍ଚିମ-ରବୀନ୍ଦ୍ର ଶର୍ମା, କନ୍ଧମାଳ- ଚନ୍ଦ୍ରଶେଖର ପରିଡ଼ା, କୋରାପୁଟ- ଶଶିଭୂଷଣ ପାତ୍ର, ମୟୂରଭଞ୍ଜ ପୂର୍ବ- ନିରଜ ଦାସ, ମୟୂରଭଞ୍ଜ ପଶ୍ଚିମ- ଭୁବନ ବିହାରୀ ସାହୁ, ଖୋର୍ଦ୍ଧା- ତପନ ଚକ୍ରବର୍ତ୍ତୀ, ବଲାଙ୍ଗୀର- ସୁରେନ୍ଦ୍ର ସିଂହ ଭୋଇ, ରାଉରକେଲା- ରବି ରାୟ, ଝାରସୁଗୁଡ଼ା- ସୁବ୍ରତ ପ୍ରଧାନ, ସମ୍ବଲପୁର ଜିଲ୍ଲା ପାଇଁ ଜୟଶଙ୍କର ମିଶ୍ରଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହି ଜିଲ୍ଲା କଂଗ୍ରେସ ଆଡହକ୍ ସଭାପତିମାନେ ନିଜ ଜିଲ୍ଲାରେ ଆଜିଠାରୁ ଦାୟିତ୍ବ ଗ୍ରହଣ କରି କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
[ad_2]