ଖେଳ ଖବର

ୟୁରୋ କପ୍‌ରେ: ଜର୍ମାନୀର ବିଜୟ ଅଭିଯାନ – Kalinga News

[ad_1]

ମ୍ୟୁନିକ୍‌: ୟୁରୋ କପ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ ୩ ଥର ବିଜେତା ଜର୍ମାନୀ ୫-୧ ଗୋଲ୍‌ରେ ସ୍କଟ୍‌ଲାଣ୍ଡ୍‌କୁ ପରାସ୍ତ କରି ଷ୍ଟାଇଲ୍‌ରେ ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ରେ ଆଗୁଆ ରହିଥିବା ୩ ଥର ବିଜେତା ଜର୍ମାନୀ ଦ୍ବିତୀୟାର୍ଦ୍ଧରେ ଆଉ ୨ ଗୋଲ୍ ଦେଇଥିଲା। ବରଣ କରିଥିବା ଏକମାତ୍ର ଗୋଲ୍ ମଧ୍ୟ ଆତ୍ମଘାତି ଥିବାରୁ ସ୍କଟ୍‌ଲାଣ୍ଡ୍‌ର ଜଣେ ହେଲେ ଗୋଲ୍ ଦେଇପାରି ନଥିଲେ। ଜର୍ମାନୀ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ ଯୁବ ତାରକା ଫ୍ଲୋରିଆନ୍ ୱିର୍ଜ (୧୦ ମିନିଟ)। ମାତ୍ର ୨୧ ବର୍ଷ ୪୨ ଦିନ ବୟସ କାରଣରୁ ସେ ମଧ୍ୟ ୟୁରୋ କପ୍‌ର ସର୍ବକନିଷ୍ଠ ଗୋଲ୍ ସ୍କୋରର୍ ହୋଇଛନ୍ତି।

ଏହା ପରେ ୧୯ତମ ମିନିଟରେ ଅନ୍ୟତମ ୨୧ ବର୍ଷୀୟ ଜମାଲ ମୁସିଆଲା ଦ୍ବିତୀୟ ଗୋଲ୍ ‌ଦେଇଥିବା ବେଳେ ପ୍ରଥମାର୍ଦ୍ଧ ଇନଜ୍ୟୁରି ଟାଇମ୍‌ (୪୫+୩ ମିନିଟ୍‌)ରେ ଜର୍ମାନୀକୁ ୩-୦ରେ ଆଗୁଆ ରଖିଥିଲେ କାଇ ହାର୍ଭେଜ୍। ସେ ପେନାଲ୍ଟିରୁ ଏହି ଗୋଲ୍ ଦେଇଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ରେ ଆଗୁଆ ହେବାରେ ଫ୍ରାନ୍ସ (୨୦୧୬) ପରେ ଜର୍ମାନୀ ଦ୍ବିତୀୟ ଦଳ ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ପ୍ରାଧାନ୍ୟ ବିସ୍ତାର କରିବା ସହ ନିକଲାସ ଫୁଲକ୍ରଗ (୬୮ ମିନିଟ୍‌) ଏବଂ ଏମର କାନ୍ (୯୦+୩ ମିନିଟ୍‌)ଙ୍କ ଜରିଆରେ ଆଉ ଦୁଇ ଗୋଲ୍ ଦେଇଥିଲା। ଜର୍ମାନ ଖେଳାଳି ଆଣ୍ଟୋନିଓ ରୁଡିଗର୍‌ (୮୭ ମିନିଟ୍‌)ଙ୍କ ନିଜସ୍ବ ଗୋଲ୍ ଦଳକୁ କ୍ଲିନ୍‌ ସିଟ୍‌ରୁ ବଞ୍ଚିତ ରଖିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button