କଳିଙ୍ଗରେ ଆଜି ଶେଷ ଲଢ଼େଇ: ଟ୍ରଫି ଜିତିବା ଦ୍ବାରରେ ଓଡ଼ିଶା ଏଫ୍ସି – Kalinga News

[ad_1]
ଭୁବନେଶ୍ବର: ଭାରତୀୟ ମହିଳା ଫୁଟ୍ବଲ୍ର ମୁଖ୍ୟ ଆକର୍ଷଣ ପାଲଟିଥିବା ଇଣ୍ଡିଆନ୍ ୱିମେନ୍ସ ଲିଗ୍ (ଆଇଡବଲ୍ୟୁଏଲ୍) ରବିବାର ଶେଷ ହେବାକୁ ଯାଉଥିବାବେଳେ ଅନ୍ତିମ ମୁକାବିଲା ଦ୍ବୟ ଉତ୍କଣ୍ଠାପୂର୍ଣ୍ଣ ରହିବାର ପ୍ରତିଶ୍ରୁତି ରଖିଛି। ବିଶେଷ କରି କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯିବାକୁ ଥିବା ଓଡ଼ିଶା ଏଫସି ଓ କିକ୍ଷ୍ଟାର୍ଟ ଏଫ୍ସି ମୁକାବିଲା ନିର୍ଣ୍ଣାୟକ ହେବ। କେବଳ ଲିଗ୍ ଭିତ୍ତିକ ଏହି ପ୍ରତିଯୋଗିତାରେ ଓଡ଼ିଶା ଏଫସି ପ୍ରଥମ ଥର ଟାଇଟଲ୍ ଜିତିବାର ଦ୍ବାରଦେଶରେ ପହଞ୍ଚିଯାଇଛି। ଓଡ଼ିଶା ଏଫସି ୧୧ ମ୍ୟାଚ୍ରୁ ୨୮ ପଏଣ୍ଟ୍ ସହ ନିକଟତମ ପ୍ରତିଦ୍ବନ୍ଦ୍ବୀ ଗୋକୁଳମ ଏଫ୍ସିଠାରୁ ଆଗରେ ରହିଛି। ୩ ଥର ବିଜେତା ଗୋକୁଳମ ଏଫ୍ସି ସମାନ ୧୧ ମ୍ୟାଚ୍ରୁ ୨୬ ପଏଣ୍ଟ୍ ସହ ଦ୍ବିତୀୟ ସ୍ଥାନରେ ରହିଛି। ରବିବାର ସମାନ ସମୟରେ କୋଝିକୋଡ୍ରେ ଗୋକୁଳମ ଏଫ୍ସି ଖେଳିବ ଇଷ୍ଟବେଙ୍ଗଲ୍ ଏଫ୍ସି ସହିତ। ବିଜେତା ହେବାକୁ ଓଡ଼ିଶାକୁ ମାତ୍ର ଗୋଟିଏ ପଏଣ୍ଟ୍ ଆବଶ୍ୟକ ପଡୁଛି। ଅର୍ଥାତ୍ ଘରୋଇ ଦଳକୁ ଅନ୍ୟୂନ ଡ୍ର’ ଟିଏ ମିଳିଲେ ବିଜେତା ମୁକୁଟ ପାଇବା ନିଶ୍ଚିତ ହୋଇଯିବ।

Sambad is now on WhatsApp
Join and get latest news updates delivered to you via WhatsApp
ଗୋକୁଳମ ଏଫ୍ସିକୁ ବିଜୟୀ ହେବା ସହ ଓଡ଼ିଶା ଏଫ୍ସିର ପରାଜୟ ଆବଶ୍ୟକ ରହିଛି। କାରଣ ଉଭୟ ଦଳ ଚଳିତ ଋତୁରେ ପରସ୍ପର ବିପକ୍ଷରେ ଗୋଟିଏ ଲେଖାଏଁ ଜିତିଛନ୍ତି। ଗୋଲ୍ ବ୍ୟବଧାନରେ କିନ୍ତୁ ଓଡ଼ିଶା ଏଫ୍ସି ୩-୨ରେ ଆଗୁଆ ରହି ଆଉ ଏକ ସୁବିଧାଜନକ ସ୍ଥିତିରେ ରହିଛି। ଦଳର ସକାରାତ୍ମକ ମନୋଭାବ କାରଣରୁ ଆମେ ବିଜୟୀ ହେବା ସହ ଟାଇଟଲ୍ ଜିତିବୁ ବୋଲି ଶନିବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା ଏଫ୍ସି ପ୍ରଶିକ୍ଷକ କ୍ରିସପିନ୍ ଛେତ୍ରୀ। ଦଳୀୟ ଶିବିରରେ ପେସାଦାର ପରିବେଶ ମହଜୁଦ ରହିବା ଏବଂ କ୍ଲବ୍ ପକ୍ଷରୁ ଭଲ ସୁବିଧା ସୁଯୋଗ ମିଳିଥିବାରୁ ଏହା ସକରାତ୍ମକ ଭାବନା ରଖିଛି ବୋଲି କହିଥିଲେ ଅଭିଜ୍ଞ ଖେଳାଳି କାର୍ତିକା ଅଙ୍ଗମୁଥୁ। କଳିଙ୍ଗ ମୁକାବିଲା ପାଇଁ ବହୁ ସଂଖ୍ୟାରେ ଆସିବାକୁ ଉଭୟ ଛେତ୍ରୀ ଓ କାର୍ତ୍ତିକା ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।
[ad_2]