ପାରିଶ୍ରମିକ ବଢ଼ାଇ ନାହାନ୍ତି ରଶ୍ମିକା – Kalinga News
[ad_1]
ମୁମ୍ବାଇ: ହିନ୍ଦୀ ସିନେମା ‘ଆନିମଲ୍’ର ସଫଳତା ପରେ ଏଥିରେ ଥିବା ମୁଖ୍ୟ ନାୟିକା ତଥା ସାଉଥ୍ ସୁନ୍ଦରୀ ରଶ୍ମିକା ମନ୍ଦାନା ତାଙ୍କ ପରିଶ୍ରମକି ବଢ଼ାଇ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଶୁଣିବାକୁ ମିଳୁଥିଲା ଯେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ଭାଙ୍ଗାଙ୍କ ଏହି ସିନେମା ସଫଳ ହେବା ପରେ ରଶ୍ମିକାଙ୍କ ଚାହିଦା ଖୁବ୍ ବଢ଼ିଯାଇଛି ଓ ସେ ଗୋଟାଏ ଚଳଚ୍ଚିତ୍ର ପାଇଁ ଚାରିରୁ ସାଢ଼େ ଚାରି କୋଟି ଟଙ୍କା ଦାବି କରୁଛନ୍ତି। ଏବେ ଏହି ପ୍ରଂସଗରେ ନିଜର ନୀରବତା ଭାଙ୍ଗିଛନ୍ତି ରଶ୍ମିକା।
Sambad is now on WhatsApp
Join and get latest news updates delivered to you via WhatsApp
ରଶ୍ମିକା ଏହାକୁ ଏକ ଗୁଜବ ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ସେ ସୋସିଆଲ୍ ମିଡିଆରେ ତାଙ୍କ ପାରିଶ୍ରମ ବୃଦ୍ଧି ନେଇ ହୋଇଥିବା ଏକ ପୋଷ୍ଟ୍ରେ ଉତ୍ତରଏକଦମ ମଜାକିଆ ଅନ୍ଦାଜରେ ଦେଇଛନ୍ତି। ରଶ୍ମିକା ଲେଖିଛନ୍ତି, ‘‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କିଏ ଏହାକୁ ପ୍ରଘଟ କରୁଛି? ଏସବୁ ଦେଖିବା ପରେ ମୋତେ ଲାଗୁଛି ଯେ ବାସ୍ତବରେ ଏ ବିଷୟରେ ଚିନ୍ତା କରିବା ଉଚିତ। ଯଦି ମୋ ପ୍ରଯୋଜକ କାରଣ ପଚାରନ୍ତି ତ ମୁଁ କହିବି ଏହା ଗଣମାଧ୍ୟମ କହୁଛି ସାର୍। ମୋତେ ଲାଗୁଛି ମୁଁ ଏହି କଥା ମାନିବା ଉଚିତ। ମୁଁ କ’ଣ କରିପାରିବି ଆଉ?’’
[ad_2]