ଅପରାଧ

ହାଜତରେ ସ୍ୱାମୀ ଓ ନାବାଳିକା ସ୍ତ୍ରୀଙ୍କ ମୃତ୍ୟୁ: ଉତ୍ତ୍ୟକ୍ତ ଜନତା ଥାନା ପୋଡ଼ିଦେଲେ – Kalinga News

[ad_1]

ପାଟନା: ବିହାରର ଅରାରିଆ ଜିଲ୍ଲାର ତାରାବାଡ଼ି ଗାଁର ଜଣେ ବ୍ୟକ୍ତି ଓ ତାଙ୍କ ନାବାଳିକା ପତ୍ନୀ ପୁଲିସ ହେପାଜତରେ ଥାଇ ଆତ୍ମହତ୍ୟା କରିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଥାନାରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ବର୍ଷେ ତଳେ ଏହି ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ହରାଇଥିଲେ। ଦୁଇ ଦିନ ତଳେ ସେ ତାଙ୍କ ସ୍ବର୍ଗତା ପତ୍ନୀଙ୍କ ୧୪ ବର୍ଷୀୟା ସାନ ଭଉଣୀଙ୍କୁ ବିବାହ କରିଥିଲେ। ଭାରତରେ ବିବାହ କରିବା ପାଇଁ ମହିଳାଙ୍କ ଆଇନଗତ ବୟସ ୧୮ ବର୍ଷ ହୋଇଥିବାରୁ ଗୁରୁବାର ଅପରାହ୍ଣରେ ପୁଲିସ ସେମାନଙ୍କୁ ଅଟକ ରଖିଥିଲା।

ପୁଲିସ ମାଡ଼ରେ ନବଦମ୍ପତି ହାଜତରେ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ପୁଲିସ ଲକ୍‌ଅପ୍‌ର ଏକ ସିସିଟିଭି ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ଲକ୍‌ଅପ୍ କବାଟ ଉପରକୁ ଚଢ଼ି ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରୁଛନ୍ତି। ଉଭୟଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ତାରାବାଡ଼ି ଥାନା ଘେରାଉ କରିବା ସହ ପୁଲିସ ଉପରକୁ ପଥର ଫିଙ୍ଗିଥିଲେ। ସେମାନେ ଥାନାରେ ଭଙ୍ଗାରୁଜା କରିବା ସହ ପରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସଦର ଏସ୍‌ଡିପିଓ ରାମପୁକର ସିଂହଙ୍କ ସମେତ ବିଭିନ୍ନ ଥାନାର ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଉତ୍ତ୍ୟକ୍ତ ଗ୍ରାମବାସୀ ଆନ୍ଦୋଳନ ଜାରି ରଖିବା ସହ ପୁଲିସର ଅବହେଳା ଯୋଗୁଁ ହାଜତରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button