ପ୍ରେମିକ ସହିତ ବିବାହ କରାଇବାର ପ୍ରତିଶୃତି ଦେଇ ଝିଅକୁ ହତ୍ୟା କଲେ ବାପା – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗର ଜନପଦରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅକୁ ହତ୍ୟା କରିବା ଅପରାଧରେ ପୁଲିସ ବାପାଙ୍କୁ ଗିରଫ କରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣା କୋତବାଲି ଅଞ୍ଚଳର କୁକଡ଼ା ଗ୍ରାମରେ ଘଟିଛି। ଏଠାରେ ସାହିଦ ନାମକ ବ୍ୟକ୍ତି ତାଙ୍କ ପରିବାର ସହିତ ବସବାସ କରନ୍ତି। ସାହିଦଙ୍କ ଝିଅ ସହନୁମାଙ୍କ ନିକଟସ୍ଥ ଗ୍ରାମରେ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିଲା।
ସାହିଦ କିନ୍ତୁ ଝିଅର ଏ ସମ୍ପର୍କରେ ରାଜି ନଥିଲେ। ସେ ଅନେକ ଥର ସହନୁମାଙ୍କୁ ଉକ୍ତ ଯୁବକଙ୍କ ସହିତ ମିଳାମିଶା କରିବାକୁ ମନା କରି କହିଥିଲେ, ‘ତୁ ଯାହାକୁ କହିବୁ ମୁଁ ତୋର ତାର ସହିତ ବିବାହ କରାଇ ଦେବି। କିନ୍ତୁ ବାହାରେ କୌଣସି ଯୁବକ ସହିତ ମିଳାମିଶା କରନାହିଁ। ଏହାଦ୍ବାରା ମୋର ସମ୍ମାନ ହାନି ହେଉଛି। ଗ୍ରାମବାସୀ ମୋତେ ଅପମାନିତ କରୁଛନ୍ତି। ’
ବାପା ଅନେକ ବୁଝାଇବା ସତ୍ତ୍ବେ ଝିଅ ଗାଁ ପାଖର ପ୍ରେମିକ ସହିତ ଫୋନରେ କଥା ହେବା ସହିତ ମିଳାମିଶା କରିଥିଲା। ଯାହାକୁ ବାପା ସାହିଦ ସହ୍ୟ କରି ପାରି ନଥିଲେ।କେହି କିଛି ବୁଝିବା ପୂର୍ବରୁ ସେ ଏକ ଧାରୁଆ ଛୁରୀରେ ଝିଅର ଗଳାକୁ ଆଘାତ ଦେଇଥିଲେ। ଫଳରେ ଝିଅ ରକ୍ତାକ୍ତ ଅବସ୍ଥାରେ ଚଟାଣରେ ଟଳି ପଡ଼ିଥିଲେ। ପରିବାରଲୋକ ସହନୁମାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ସହନୁମାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହିତ ବାପା ସାହିଦଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ପୁଲିସ ସାମ୍ନାରେ ସାହିଦ ବି ନିଜର ଦୋଷ ସ୍ବୀକାର କରିଛନ୍ତି।
[ad_2]