ସଂସଦରେ ହେବ ରାମ ମନ୍ଦିର ଚର୍ଚ୍ଚା, ନିଜର ସଦସ୍ୟମାନଙ୍କୁ ହ୍ବିପ୍ ଜାରି କଲା ବିଜେପି – Kalinga News

[ad_1]
ନୂଆଦିଲ୍ଲୀ: ଆସନ୍ତାକାଲି ଉଭୟ ଗୃହରେ ରାମ ମନ୍ଦିରକୁ ନେଇ କେନ୍ଦ୍ର ସରକାର ଆଲୋଚନା କରିବେ । ଏହା ସହିତ ସରକାର ଏକ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ। ଆସନ୍ତାକାଲି ପାଇଁ ଉଭୟ ଗୃହର ବିଜେପି ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରାଯାଇଛି। ଗତ ଜାନୁଆରି ୨୨ରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ କାର୍ଯ୍ୟକ୍ରରେ ଯୋଗ ଦେଇଥିଲେ ।

Sambad is now on WhatsApp
Join and get latest news updates delivered to you via WhatsApp
ଏହା ପୂର୍ବରୁ ବିଜେପି ଶାସିତ ଗୁଜରାଟର ବଜେଟ୍ ଅଧିବେଶନରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନୂଆ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ବିଜେପି ବିଧାୟକଙ୍କ ବ୍ୟତୀତ ବିରୋଧୀ କଂଗ୍ରେସର ସଦସ୍ୟ ଏବଂ ଆମ୍ ଆଦମୀ ପାର୍ଟି (ଆପ୍)ର ସଦସ୍ୟମାନେ ସମର୍ଥନ ଜଣାଇବାରୁ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା।
ଦଳ ତରଫରୁ ଏହି ସଂକଳ୍ପକୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ବିଧାୟକ ଅର୍ଜୁନ ମୋଧୱାଡିଆ କହିଛନ୍ତି ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହିଁ ଆଜି ମନ୍ଦିର ଥିବା ସ୍ଥାନରେ ଶିଳାନ୍ୟାସ ପାଇଁ ଅନୁମତି ଦେଇଥିଲେ। ଆମ୍ ଆଦମୀ ପାର୍ଟିର ଉମେଶ ମକୱାନା ମଧ୍ୟ ବିଜେପିର ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି ଯେ ମୁଁ ଏଥିରେ ଖୁସି ନୁହେଁ।
[ad_2]