ମୋ ସ୍ତ୍ରୀ ନବଜାତର ଗଳା କାଟି ଦେଇଛି, ବଞ୍ଚାଇ ଦିଅନ୍ତୁ ଆଜ୍ଞା: ଗୁରୁତର ଶିଶୁର ବାପା – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ନିଜ ସନ୍ତାନର ଗଳା କାଟି ଦେଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ବସ୍ତି ଜିଲ୍ଲା କପ୍ତାନଗଞ୍ଜ ଥାନା ଅଞ୍ଚଳସ୍ଥ ପରସପୁର ଗ୍ରାମରେ ମହେନ୍ଦ୍ର ବସବାସ କରନ୍ତି। ମହେନ୍ଦ୍ରଙ୍କ ସ୍ତ୍ରୀ ନିଜ ନବଜାତ ଶିଶୁର ଗଳା କାଟି ଦେଇଥିଲେ। ଏଭଳି ଅବସ୍ଥା ଦେଖି ବାପା ନିଜର ଦେଢ଼ମାସ ନବଜାତକୁ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଧରି ଚିକିତ୍ସା ପାଇଁ ହସ୍ପିଟାଲ ଦୌଡ଼ି ଯାଇଥିଲେ।
ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରଙ୍କୁ କାନ୍ଦିକାନ୍ଦି ବିକଳ ହୋଇ କହିଥିଲେ, ‘ମୋର ଏ ଶିଶୁ ହେଉଛି ଜୀବନ। ଦୟା କରନ୍ତୁ ତାକୁ ବଞ୍ଚାଇ ଦିଅନ୍ତୁ।’
ଡାକ୍ତର ସଙ୍ଗେସଙ୍ଗେ ଶିଶୁର ଚିକିତ୍ସା ଆରମ୍ଭ କରି ଗଳାର ଅସ୍ତ୍ରୋପଚାର କରିଥିଲେ। ଚିକିତ୍ସା କରିଥିବା ଡାକ୍ତରଙ୍କ କହିବା ଅନୁସାରେ, ‘ଏବେ ଶିଶୁର ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ ଅଛି। ତାର ଚିକିତ୍ସା ଚାଲିଛି।
ମହେନ୍ଦ୍ରଙ୍କ କହିବାନୁସାରେ, ‘ସ୍ତ୍ରୀ ବେଳେବେଳେ ଅସ୍ବାଭାବିକ ଆଚରଣ କରିଥାଏ। ଏଥିପାଇଁ ଅନେକ ତାନ୍ତ୍ରିକଙ୍କୁ ବି ଦେଖାଇସାରିଛି। କିଛିଦିନ ଭଲ ହୋଇଯିବା ପରେ ପୁଣି ଯେଉଁ ଅବସ୍ଥାକୁ ସେହି ଅବସ୍ଥା ରହିଥାଏ। ସମୟ ସମୟରେ ସେ କାହାରି କଥା ଶୁଣେ ନାହିଁ ମନକୁ ଯାହା ଆସେ ତାହା କରେ। ନିଜକୁ ବି ଅନେକ ସମୟରେ ଆଘାତ ପହଞ୍ଚାଇଛି।
ନିକଟରେ ମୋର କନ୍ୟା ସନ୍ତାନଟିଏ ଜନ୍ମ ହୋଇଛି। ତାକୁ ବି ମୋ ସ୍ତ୍ରୀ ଛାଡ଼ିଲା ନାହିଁ। କ’ଣ ହେଲା ତ ମୁଁ ଜାଣିନି କିନ୍ତୁ ଘର ଭିତରକୁ ପଶି ଆସିଲା ବେଳକୁ ସେ ମୋର ନବଜାତ ଶିଶୁର କଳା କାଟି ଦେଇଥିଲା। ମୁଁ ଏଦୃଶ୍ୟ ଦେଖି କ’ଣ କରିବି କିଛି ବୁଝି ପାରି ନଥିଲି। ସମୟ ଥାଉ ଥାଉ ଶିଶୁକୁ ହସ୍ପିଟାଲ ନେଇଯାଇଥିଲି। ସେଠାରେ ଡାକ୍ତର ଶିଶୁର ଚିକିତ୍ସା କରି ଜୀବନ ବଞ୍ଚାଇ ଦେଇଛନ୍ତି।’
[ad_2]