ଅପରାଧ

ଯୋଗଗୁରୁ ବାବା ରାମଦେବଙ୍କୁ କୋର୍ଟରେ ହାଜର ହେବାକୁ ଆସିଲା ନୋଟିସ – Kalinga News

[ad_1]

ନୂଆଦିଲ୍ଲୀ: ଆୟୁ‌ର୍ବେଦିକ କମ୍ପାନି ପତଞ୍ଜଳି ଆୟୁର୍ବେଦ ଲୋକଙ୍କୁ ଭ୍ରମିତ କଲା ଭଳି ବିଜ୍ଞାପନ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ କେନ୍ଦ୍ର କରି ସୁପ୍ରିମ‌କୋର୍ଟ ଯୋଗଗୁରୁ ବାବା ରାମଦେବଙ୍କୁ ନୋଟିସ ଜାରି କରି ଅଦାଲତରେ ହାଜର ହେବାକୁ ନି‌ର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଶୁଣାଣି ସମୟ‌ରେ ରାମଦେବଙ୍କ ଓକିଲ ମୁକୁଲ ରୋହତଗିଙ୍କୁ ପଚାରିଥିଲେ, ‘ କୋର୍ଟ ପଚାରିଥିବା ପ୍ରଶ୍ନର ଉତ୍ତର  ଆପଣ ଏଯାବତ କାହିଁକି ଦେଇ ନାହାନ୍ତି। ଯେଉଁ କାରଣରୁ ରାମଦେବ ଓ ଆଚ‌ାର୍ଯ୍ୟ ବାଲକୃଷ୍ଣଙ୍କୁ ଦୁଇସପ୍ତାହ ପରେ ‌କୋର୍ଟରେ ହାଜର ହେବ‌ାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇସପ୍ତାହ ପରେ ପୁଣି ଏହି ମାମଲାର ଶୁଣାଣି ‌ହେବ।

ସୂଚନାଯୋଗ୍ୟ, ସୁପ୍ରିମକ‌ୋର୍ଟ ପତଞ୍ଜଳି ଆୟୁର୍ବେଦ ମିଥ୍ୟା ପ୍ରତିଶ୍ରୃତିର ବିଜ୍ଞାପନ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ଅଭିଯୋଗକୁ ନେଇ ‌ଯୋଗଗୁରୁ ବାବା ରାମଦେବଙ୍କୁ ଜବ‌ାବ ମାଗିଥିଲେ। ଏମିତି କି ଫେବ୍ରୁଆରି ୨୭ ତାରିଖରେ କୋର୍ଟ ପତଞ୍ଜଳି ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକୃଷ୍ଣ ଓ ବାବା ରାମଦେବଙ୍କୁ ତିନି ସପ୍ତାହ ମଧ୍ୟରେ ଜବାବ ମାଗିଥିଲେ। କିନ୍ତୁ ଏଦୁହେଁ ଏହାକୁ ଅଣଦେଖା କରିବା ସହିତ କୌଣସି ପ୍ରକାର ଜବାବ ଦେଇ ନଥିଲେ। ଯାହାକୁ ନେଇ ସୁପ୍ରିମକୋର୍ଟ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ଓ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଅବମାନନା ନୋଟିସ ଜାରି କରିଛନ୍ତି।

ଇଣ୍ଡିଆନ ମେଡିକାଲ ଏସୋସିଏସନ ବା ଆଇଏମଏର ବରିଷ୍ଠ ମୁଖପାତ୍ର ପି.ଏମ ପାଟୱାଲିଆ ସୁପ୍ରିମକୋର୍ଟରେ ଏକ ଯାଚିକା ଦାୟର କରିଥିଲେ। ଏଥି‌ରେ ସେ କହିଥିଲେ, ପତଞ୍ଜଳି ବିଜ୍ଞାପନ ମାଧ୍ୟମରେ ଦାବି କରୁଛି କି ଯୋଗ ଅସ୍ଥମା ଓ ମଧୁମେହ ରୋଗ ଭଲ ହେଉଛି କିନ୍ତୁ ସେପରି କିଛି ହେଉନାହିଁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button