ରାଜନୀତି

ଯୁବ ବିଜେଡି ବ୍ୟାନର୍‌ରେ ବୈଠକ: ବହୁ ନେତା ଆସିଲେ, ବିଧାୟକ ସ୍ବରୂପ ନଥିଲେ – Kalinga News

[ad_1]

ବାଲେଶ୍ବର: ବାଲେଶ୍ବର ସହରରେ ଯୁବ ବିଜେଡି ବ୍ୟାନର୍‌ରେ ଆୟୋଜି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧା​ୟକ ସ୍ବରୂପ କୁମାର ଦାସ ସାମିଲ୍‌ ନହେବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ବିଜେଡି ପକ୍ଷରୁ କୌଣସି ବୈଠକ ଅନୁଷ୍ଠିତ ହେବାର ନଥିଲା ବୋଲି ବିଧାୟକ କହିଛନ୍ତି। ରବିବାର ଦିନ ସହରସ୍ଥିତ ହୋଟେଲ୍‌ ମେରିଡିଆନ୍‌ରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସହ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଜିଲ୍ଲା ବିଜେଡି ଉପସଭାପତି ଯଯାତି କେଶରୀ ଦାସ, ଦଳର ବରିଷ୍ଠ ନେତା ବରଦାପ୍ରସନ୍ନ ପଟ୍ଟନାୟକ, ଭାଗବତ ସାହୁ, ବ୍ରିଟ୍‌ ଅଧ୍ୟକ୍ଷ ଆଲୋକ କୁମାର ସାହୁ, ବାଲେଶ୍ବର ସଦର ବ୍ଲକ୍‌ ଅଧ୍ୟକ୍ଷ ସୁନିତା ବେହେରା, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିମନ ଦାସ ମହାପାତ୍ର, ଅର୍ବାନ୍‌ କୋ-ଅପରେଟିଭ୍‌ ବ୍ୟାଙ୍କର ସଭାପତି ସୂର୍ଯ୍ୟକାନ୍ତ କର, କାଉନ୍‌ସିଲର ସଞ୍ଜୀବ କୁମାର ଦାସ, କାଉନ୍‌ସିଲର ରଂଜିତା ମହାପାତ୍ର ଏବଂ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ଶୁଣିବାକୁ ମିଳୁଛି, ବାଲେଶ୍ବର ସଦରର ବିଧାୟକ ସ୍ବରୂପ କୁମାର ଦାସ ଏବଂ ଅନ୍ୟ କିଛି ଛାମୁଆ ନେତାଙ୍କୁ ଉକ୍ତ ବୈଠକକୁ ଡକା ଯାଇ ନଥିଲା। ଏପରିକି, ବିଜୁ ଯୁବ ଜନତା ଦଳ ବ୍ୟାନର୍‌ରେ ବୈଠକ ଡକାଯାଇଥିଲେ ବି ଏହାର ଜିଲ୍ଲା ସଭାପତି ତାପସ କୁମାର ପରିଡ଼ା କିମ୍ବା ବାଲେଶ୍ବର ଟାଉନ୍‌ ଦାୟିତ୍ବରେ ଥିବା ସଂଗଠନର ଯୁବ ସଭାପତି ଉମାଶଙ୍କର ତିଆଡ଼ି ମଧ୍ୟ ଅନୁପସ୍ଥିତ ଥିଲେ। ଏନେଇ ବୈଠକରେ ଅଧ୍ୟକ୍ଷତା କରିଥିବା କାଉନ୍‌ସିଲର ସଂଜୀବ କୁମାର ଦାସଙ୍କୁ ପଚରାଯିବାରୁ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। ଅନ୍ୟପଟେ ବିଧା​ୟକ ସ୍ବରୂପ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜୁ ଜନତା ଦଳ ପକ୍ଷରୁ ଏବେ କୌଣସି ବୈଠକ ହେବାର ନଥିଲା। ଯଦି ବି ବୈଠକ ହେଲା, ​ସେ ସମ୍ପର୍କରେ କେହି ତାଙ୍କୁ ସୂଚନା ଦେଇନାହାନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button