ମନୋରଞ୍ଜନ

ବିଗବସ ୧୭ରୁ ବାହାରିବା ପରେ ଅଙ୍କିତାଙ୍କ ସହିତ ଥିବା ସମ୍ପର୍କକୁ ନେଇ ଭିକ୍କି ଦେଲେ ଏଭଳି ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ବିଗବସ ୧୭ରେ ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ଖୁବ ଲାଇମଲାଇଟରେ ଥିଲେ।  ଟେଲି ପରଦାରେ ଅଙ୍କିତା ଓ ଭିକ୍କିଙ୍କ ମଧ୍ୟରେ ଅନେକ ଥର କୌଣସି ନା କୌଣସି କାରଣକୁ ନେଇ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଫ୍ୟାନ୍ସମାନେ ଅନୁମାନ କରୁଥିଲେ କି ବୋଧେ ହୁଏ ଦୁହିଁଙ୍କ ସମ୍ପର୍କ‌ରେ ଫାଟ ସୃଷ୍ଟି ହୋଇଯାଇଛି । ବିଗବସ-୧୭ ଶେଷ ହେବା ପରେ ଭିକ୍କି ଅଙ୍କିତାଙ୍କ ସହିତ କିପରି ସମ୍ପର୍କ ଅଛି ସେ ସବୁକୁ ବଖାଣି କହିଛନ୍ତି ।

ଭିକ୍କି କହିଛନ୍ତି, ‘ମୋର ଓ ଅଙ୍କିତାଙ୍କ ମଧ୍ୟରେ ଖୁବ ସୁନ୍ଦର ସମ୍ପର୍କ ଅଛି। ଆମ ସମ୍ପର୍କରେ  ମନଖୋଲି କଥା ହେବାର ସ୍ବାଧୀନତା ରହିଛି। ବିଗବସରେ ଆମ ସହିତ ଆହୁରି ଅଜଣା ୧୭ଜଣ ଲୋକ ସେଠାରେ ଥିଲେ। ସମସ୍ତଙ୍କ ସହିତ ଖାପଖୁଆଇ ଚଳିଲା ବେଳକୁ ଆମ ମଧ୍ୟରେ ଝଗଡ଼ା ଲାଗି ଯାଉଥିଲା। କୌଣସି ବି ପରିସ୍ଥିତରେ ଆମେ ଦୁହେଁ ଅଲଗା ହେବୁ ନାହିଁ। ଆମ ମଧ୍ୟରେ ସବୁ କିଛି ଠିକ ଚାଲିଛି। କାରଣ ପରସ୍ପର ଉପରେ ଆମର ବିଶ୍ବାସ ଅଛି।

ତେଣୁ ଆମର ବିବାହ ବିଚ୍ଛେଦକୁ ନେଇ ‌ଯେଉଁ ଗୁଜବ ପ୍ରଚାର କରାଯାଉଛି ତାକୁ ବନ୍ଦ କରାଯାଉ। ଅଯଥାରେ ଅପପ୍ରଚାର ନକରାଯାଉ। ଯଦ୍ବାରା କିଛି ସାଧାରଣ ଲୋକ ତାହାକୁ ସତ ଭାବି ଦୁଃଖ ପ୍ରକାଶ କରୁଛନ୍ତି। ମୋ ମତରେ ସବୁବେଳେ ଜୀବନ‌ ଯେକୌଣସି ମୁହୂର୍ତ୍ତରେ ଥାଉ ଖୁସିରେ ରହିବା ଶିଖନ୍ତୁ। କାହା ମୁହଁ‌ରେ ଯଦି ହସ ଫୁଟାଇ ପାରୁ ନାହାନ୍ତି ଦୟାକରି ଦୁଃଖ ଦିଅନ୍ତୁ ନାହିଁ।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button