ଏଥର ୪୦୦ରୁ ଅଧିକ ଆସନ ପାଇବୁ : ମୋଦୀ – Kalinga News

[ad_1]
ନୂଆଦିଲ୍ଲୀ: ଏନଡିଏ ସରକାରର ୩ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଅନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ସେ ଏହା କହିଛନ୍ତି । ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବ । ଏନଡିଏ ସରକାର ଆସନ୍ତା ୧ ହଜାର ବର୍ଷ ପାଇଁ ଦେଶକୁ ପ୍ରସ୍ତୁତ କରିବ । ଦେଶବାସୀଙ୍କ କ୍ଷମତା ଉପରେ ଏହି ବିଶ୍ବାସ ଅଛି ବୋଲି ସେ କହିଛନ୍ତି ।

Sambad is now on WhatsApp
Join and get latest news updates delivered to you via WhatsApp
ରାମ ମନ୍ଦିର ଉପରେ ସେ କହିଛନ୍ତି ଯେ କେବଳ ଭଗବାନ ରାମ ନିଜ ଘରକୁ ଫେରିନାହାନ୍ତି, ବରଂ ଏପରି ଏକ ମନ୍ଦିର ନିର୍ମାଣ କରାଗଲା ଯାହାକି ମହାନ ଭାରତୀୟ ପରମ୍ପରାକୁ ନୂଆ ଶକ୍ତି ଦେଇଚାଲିବ ।
ମୁଁ ଗ୍ୟାରେଣ୍ଟି ଦେଉଛି ଯେ ଆମର ତୃତୀୟ କାର୍ଯ୍ୟକାଳରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ । ଏହା ମୋର ତୃତୀୟ ପାଳିରେ ହେବ। ସେ କହିଛନ୍ତି ଯେ ଦେଶରେ କେତେ ଦ୍ରୁତ ଗତିରେ କାମ ହେଉଛି ତାହା କଂଗ୍ରେସ କଳ୍ପନା ମଧ୍ୟ କରିପାରିବ ନାହିଁ।
[ad_2]