ଦେଶ- ବିଦେଶ

ଉତ୍ତରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ନାବାଳକଙ୍କ ସମେତ ୬ ମୃତ – Kalinga News

[ad_1]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଅଧୀନସ୍ଥ ସିକନ୍ଦରା-ସଣ୍ଡଲପୁର ରୋଡ୍ରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୪ ନାବାଳକଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। କାନପୁର ଦେହତ ଜିଲ୍ଲାରେ ଆଜି ସିକନ୍ଦରା ସଣ୍ଡଲପୁର ରୋଡରେ ଏକ କାର ରାସ୍ତାକଡ଼ରେ ଥିବା ଏକ ଗଭୀର ଖାଇକୁ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏସପି କାନପୁର ଦେହତ କହିଛନ୍ତି, ୮ ଜଣଙ୍କୁ ହସ୍ପିଟାଲ ପଠାଯାଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଛି। ଆଜି ଭୋର ୨ଟା ସମୟରେ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ପରେ ପୁଲିସ ପ୍ରଥମେ ସ୍ଥାନୀୟ ଲୋକଙ୍କ ସହାୟତାରେ ୨ ଶିଶୁଙ୍କୁ କାରରୁ କାଢ଼ିଥିଲେ। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଇଥିଲା। କାର୍ରେ ଥିବା ସମସ୍ତ ବ୍ୟକ୍ତି ଏଟାୱାରୁ ଏକ ବିବାହ ଉତ୍ସବରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button