ଦେଶ- ବିଦେଶ

ସୁଜି ସହ ଆଳୁ ମିଶାଇ କେବେ ପ୍ରସ୍ତୁତ କରିଛନ୍ତି କି ପୁରୀ? ଥରେ ଟ୍ରାଏ କରନ୍ତୁ

ଆପଣ ଅଟା, ମଇଦାରେ ପ୍ରସ୍ତୁତ ପୁରୀ ବହୁ ଥର ଖାଇଥିବେ। ହେଲେ କେବେ ସୁଜି ଓ ଆଳୁରୁ ପ୍ରସ୍ତୁତ ପୁରୀର ମଜା ନେଇଛନ୍ତି। ବର୍ଷା ପାଗରେ ଏପରି ପୁରୀ ଥରେ ପ୍ରସ୍ତୁତ କରି ଗରମାଗରମ ତରକାରୀ ସହ ଏହାର ମଜା ନିଅନ୍ତୁ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ ପ୍ରଣାଳୀ।

ଆବଶ୍ୟକ ସାମଗ୍ରୀ:ସୁଜି, ଆଳୁ, ଅଟା, ଲୁଣ, ହଳଦି ପାଉଡ଼ର, ଗୋଲମରିଚ, କସ୍ତୁରୀ ମେଥି, ଗୋଟା ଜିରା, ଧନିଆପତ୍ର, ରିଫାଇନ୍ ତେଲ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ୧ କପ୍ ସୁଜି ନିଅନ୍ତୁ। ସେଥିରେ ୧ କପ୍ ଗରମ ପାଣି ପକାନ୍ତୁ। ୫ ମିନିଟ୍ ରଖି ଦିଅନ୍ତୁ। ସିଝା ଆଳୁ ଦୁଇଟିକୁ ସୁଜି ମିଶ୍ରଣରେ ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ।

ଏବେ ସେଥିରେ ଆବଶ୍ୟକ ମୁତାବକ ଲୁଣ, ହଳଦି ପାଉଡ଼ର, ଗୋଲମରିଚ, କସ୍ତୁରୀ ମେଥି, ଗୋଟା ଜିରା, ଧନିଆପତ୍ର ପକାଇ ତାହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ସେଥିରେ ଆବଶ୍ୟକ ଅନୁଯାୟୀ ଅଟା ପକାଇ ଭଲ ଭାବେ ଚକଟନ୍ତୁ। ଏହା ସମ୍ପୂର୍ଣ୍ଣ ଭାବେ ଚକଟି ହେବା ପରେ ସେଥିରେ କିଛି ରିଫାଇନ୍ ତେଲ ପକାଇ ୧୦ ମିନିଟ୍ ପାଇଁ ଘୋଡ଼ାଇ ରଖି ଦିଅନ୍ତୁ।

ଏକ କରେଇରେ ତେଲ ଗରମ କରନ୍ତୁ। ସୁଜି, ଅଟା ଚକଟାକୁ ଛୋଟ ଛୋଟ ଗୁଳା କରି ତାହାକୁ ପୁରୀ ପରି ବେଲନ୍ତୁ। ଗରମ ତେଲରେ ତାହାକୁ ଝାଣି ଦିଅନ୍ତୁ । ଗରମାଗରମ ଆଳୁ ତରକାରୀ କିମ୍ବା ପନୀର ସହ ଏହାର ମଜା ନିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button