ଖେଳ ଖବର

ନାକାମୁରାଙ୍କୁ ପୁଣି ହରାଇଲେ ଗୁଜରାଟୀ – Kalinga News

[ad_1]

ଟରଣ୍ଟୋ: ଏଠାରେ ଚାଲିଥିବା ମର୍ଯ୍ୟାଦାଜନକ ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌ରେ ‌ଭାରତୀୟ ତାରକା ବିଦିତ ଗୁଜରାଟୀ ପୁଣି ଥରେ ଆମେରିକାର ହିକାରୁ ନାକାମୁରାଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ସହ ଗୁଜରାଟୀ (୪.୫ ପଏଣ୍ଟ୍‌) ଟେବୁଲର ଚତୁର୍ଥକୁ ଉଠିଛନ୍ତି।‌ ନବମ ରାଉଣ୍ଡ ସୁଦ୍ଧା ସେ ନାକାମୁରା ଓ ଆମେରିକାର ଫାବିଆନୋ କାରୁଆନାଙ୍କ ସହ ମିଳିତ ଚତୁର୍ଥରେ ରହିଛନ୍ତି। ଦୁଇ ଭାରତୀୟ ଡି‌. ଗୁକେଶ ଓ ଆର୍‌. ପ୍ରଜ୍ଞାନନ୍ଦଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ରହିଛି। ପ୍ରଜ୍ଞାନନ୍ଦଙ୍କ ସହ ପଏଣ୍ଟ ବାଣ୍ଟିବା ସହ ଗୁକେଶ (୫.୫ ପଏଣ୍ଟ୍‌) ରୁଷିଆର ଇଆନ୍‌ ନେପୋମିନିଆଚିଙ୍କ ସହ ଯୁଗ୍ମ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ପ୍ରଜ୍ଞାନନ୍ଦ (୫ ପଏଣ୍ଟ୍‌) ଦ୍ବିତୀୟରେ ଅଛନ୍ତି। ମହିଳା ବର୍ଗରେ କୋନେରୁ ହାମ୍ପି ନିଜ ମ୍ୟାଚ୍‌ ଅମୀମାଂସିତ ରଖିଥିଲା ବେଳେ ଆର୍‌ ବୈଶାଳୀ ହାରି ଯାଇଛନ୍ତି। ହାମ୍ପି (୩.୫) ଫିନ୍‌ଲାଣ୍ଡର କାଟେରିନା ଲାଗ୍‌ନୋଙ୍କ ସହ ପଏଣ୍ଟ ବାଣ୍ଟିଥିଲା ବେଳେ ବୈଶାଳୀ ଚୀନ୍‌ର ଟାନ ଝୋଙ୍ଗୟିଙ୍କଠୁ ପରାସ୍ତ ହୋଇଥିଲେ। ନବମ ରାଉଣ୍ଡ ସୁଦ୍ଧା ହମ୍ପି (୪) ‌ଷଷ୍ଠରେ ରହିଥିଲା ବେଳେ ବୈଶାଳୀ (୨.୫) ୮ ଜଣିଆ ଏହି ପ୍ରତିଯୋଗିତାର ଶେଷରେ ଅଛନ୍ତି।

ଜୋତା ବଦଳାଇଲେ ଫିରୌଜା
ଚଳିତ କାଣ୍ଡିଡେଟ୍ସରେ ଫ୍ରାନ୍ସ ପକ୍ଷରୁ ଖେଳୁଥିବା ଇରାନର ଅଲ୍‌ରେଜା ଫିରୌଜାଙ୍କୁ ଜୋତା ବଦଳାଇବାକୁ ପଡ଼ିଛି। ସେ ଚାଲିବା ବେଳେ ତାଙ୍କ ଜୋତାରୁ ଶବ୍ଦ ଆସିବା ନେଇ ଏକାଧିକ ଖେଳାଳି ରବିବାର ଅଭିଯୋଗ କରିଥିଲେ। ଫଳରେ ରୁଷିଆର ଇଆନ ନେପୋମିନିଆଚିଙ୍କ ବିପକ୍ଷ ନବମ ରାଉଣ୍ଡ ମ୍ୟାଚ୍‌ ପୂର୍ବରୁ ମୁଖ୍ୟ ଆର୍ବିଟର ଆରିସ ମାର୍ଘେଟିସ ତାଙ୍କୁ ଜୋତା ବଦଳାଇ ନରମ ଜୋତା ପିନ୍ଧିବାକୁ କହିଥି‌ଲେ।

ଗ୍ରୀଷ୍ମକାଳୀନ କ୍ରିକେଟ୍‌ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ‌ସ୍ଥାନୀୟ ପୋଖରୀପୁଟରେ ଥିବା ମହାବୀର କ୍ରିକେଟ୍‌ ସଂଘ (ଏମ୍‌ସିଏ) ଆନୁକୂଲ୍ୟରେ ଚଳିତ ମାସ ୨୧ରୁ ଗ୍ରୀଷ୍ମକାଳୀନ କ୍ରିକେଟ୍‌ ପ୍ରଶିକ୍ଷଣ ଆୟୋଜିତ ହେବ। ଏହି ଶିବିର ମେ’ ୫ ତାରିଖ ପର୍ଯ୍ୟନ୍ତ ପୋଖରୀପୁଟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ। ଶିବିରରେ ଯୋଗ ଦେବାକୁ ଇଚ୍ଛୁକ ଖେଳାଳି ୮୬୫୮୩ ୩୯୬୧୧ କିମ୍ବା ୯୮୬୧୨ ୧୨୧୪୬ରେ ଯୋଗାଯୋଗ କରିବାକୁ ଏମ୍‌ସିଏର ସମ୍ପାଦକ ଅନୁରୋଧ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button