ଖେଳ ଖବର

ଯଶସ୍ବୀଙ୍କ ଦ୍ବିଶତକ, ବୁମ୍‌ରାଙ୍କ ବିସ୍ଫୋରଣ: ଭାରତ ୧୭୧ ରନ୍‌ରେ ଆଗୁଆ – Kalinga News

[ad_1]

ବିଶାଖାପାଟଣା: ବାଇଶି ବର୍ଷୀୟ ଯୁବ ବ୍ୟାଟର୍‌ ଯଶସ୍ବୀ ଜୟସ୍ବାଲଙ୍କ ‘ଯଶ’ ଭାରତୀୟ ସୀମା ସରହଦ ପାର ହୋଇ ସମଗ୍ର କ୍ରିକେଟ୍‌ ଜଗତକୁ ବ୍ୟାପିବା ସହ ବିଶାଖାପାଟଣା ଟେ‌‌‌ଷ୍ଟ୍‌କୁ ଭାରତ ଏକପ୍ରକାର ନିୟନ୍ତ୍ରଣକୁ ନେଇଛି। ପ୍ରଥମ ଦ୍ବିଶତକରେ ଦ୍ରୁତତମ ଭାରତୀୟ, ଦ୍ବିଶତକୀୟ ପାଳି ଖେଳିବାରେ ତୃତୀୟ ସର୍ବକନିଷ୍ଠ ଭାରତୀୟ ଭଳି ଏକାଧିକ କୀର୍ତ୍ତିମାନ କରିଥିବା ଏହି ବାମହାତୀ ତାରକାଙ୍କ ୨୦୯ ରନ୍‌ର ଦର୍ଶନୀୟ ପାଳି ବଳରେ ରୋହିତ ବାହିନୀ ୩୯୬ ରନ୍‌ର ସମ୍ମାନଜନକ ସ୍କୋର କରିଛି। ଏହା ପରେ ପ୍ରଥମ ଟେଷ୍ଟ୍ ଜିତି ଆତ୍ମବିଶ୍ବାସରେ ଭରପୂର ଥିବା ଇଂଲଣ୍ଡକୁ ମାତ୍ର ୨୫୩ ରନ୍‌ରେ ଅଲଆଉଟ୍ କରି ୧୪୩ ରନ୍‌ର ମହତ୍ତ୍ବପୂର୍ଣ୍ଣ ଅଗ୍ରଣୀ ଲାଭ କରିଛି। ବ୍ୟାଟିଂରେ ଯଶସ୍ବୀ କମାଲ କରିଥିଲା ବେଳେ ବୋଲିଂରେ ଅଣପାରମ୍ପରିକ ବୋଲିଂ ଶୈଳୀ ପାଇଁ ପରିଚିତ ଦକ୍ଷ ଦ୍ରୁତବୋଲର ଯଶପ୍ରୀତ ବୁମ୍‌ରା ପୁଣି ଥରେ ନିଜ ଯାଦୁ ଦେଖାଇଛନ୍ତି। ୬ଜଣ ଇଂଲିସ୍ ବ୍ୟାଟର୍‌ଙ୍କୁ ପ୍ୟାଭିଲିୟନ ଫେରାଇ ବୁମ୍‌ରା ହିଁ ଭାରତକୁ ବଡ଼ ଆଶା ଦେଇଛନ୍ତି। ସେହିଭଳି ଦ୍ବିତୀୟ ପାଳିରେ ବିନାକ୍ଷତିରେ ୨୮ ରନ୍ କରି ଭାରତ ଏବେ ମୋଟ ଉପରେ ୧୭୧ ରନ୍‌ରେ ଆଗୁଆ ରହିଛି। ଶନିବାରର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଧିନାୟକ ରୋହିତ ୧୩ ଓ ଯଶସ୍ବୀ ୧୫ ରନ୍‌ରେ ଅପରାଜିତ ରହିଛନ୍ତି। ଫଳରେ ଭାରତୀୟ କ୍ରିକେଟ୍ ଦଳ ବିଜୟ ଧାରାକୁ ଫେରିବା ସହ ଶୃଙ୍ଖଳା ୧-୧ ସ୍ଥିତିକୁ ଆଣିବାର ସମ୍ଭାବନା ବଢ଼ିଛି। ସୂଚନାଯୋଗ୍ୟ ଯେ ହାଇଦ୍ରାବାଦରେ ଖେଳାଯାଇଥିବା ୫ଟିକିଆ ଶୃଙ୍ଖଳାର ପ୍ରଥମ ଟେଷ୍ଟ୍‌କୁ ଭ୍ରମଣକାରୀ ଇଂଲଣ୍ଡ ଉତ୍କଣ୍ଠାପୂର୍ଣ୍ଣ ଭାବେ ୨୮ ରନ୍‌ରେ ଜିତି ସଂପ୍ରତି ୧-୦ରେ ଆଗୁଆ ରହିଛି।

ଶୁକ୍ରବାରର ଅପରାଜିତ ସ୍କୋର ୧୭୯ରୁ ଖେଳ ଆରମ୍ଭ କରିଥିବା ଯଶସ୍ବୀ ଶନିବାର ମଧ୍ୟ ଅପୂର୍ବ ଏକାଗ୍ରତାର ପରିଚୟ ଦେଇଥିଲେ। ଅଭିଜ୍ଞ ଓ ତାରକାମାନେ ଯେଉଁଠି ବିଫଳ ହୋଇ ଚାଲିଥିଲେ, ସେହି ପିଚ୍‌ରେ ଏକାଧିକ ଦର୍ଶନୀୟ ସଟ୍ ଖେଳି ୨୭୭ ବଲ୍‌ରୁ ଦ୍ବିଶତକ ପୂରଣ କରିଥିଲେ। ଏହା କରି ଟେଷ୍ଟ କ୍ରିକେଟ୍‌ରେ ଦ୍ବିଶତକ ହାସଲ କରିଥିବା ଭାରତୀୟ ବାମହାତୀ ବ୍ୟାଟର୍‌ ସୌରଭ ଗାଙ୍ଗୁଲି, ଗୌତମ ଗମ୍ଭୀର ଓ ବିନୋଦ କାମ୍ବଲିଙ୍କ କ୍ଲବ୍‌ରେ ସାମିଲ ‌ହୋଇଥିଲେ।
ଶନିବାର ‘ବାଜ୍‌ବଲ୍’ କ୍ରିକେଟ୍‌ ଶୈଳୀର ଆକ୍ରମଣାତ୍ମକ ରଣନୀତିକୁ ଜାରି ରଖି ଇଂଲଣ୍ଡର ଦୁଇ ଓପନର ଜ୍ୟାକ୍ କ୍ରଲି ଓ ବେନ୍ ଡକେଟ୍ ଆରମ୍ଭରୁ ଆକ୍ରମଣ କରି ନବମ ଓଭରରେ ୫୦ ରନ୍ ପୂରଣ କରି‌ ନେଇଥିଲେ। ତେବେ ବୁମ୍‌ରା ଓ ସ୍ପିନର୍‌ କୁଲଦୀପ ଯାଦବ ଘାତକ ବୋଲିଂ କରି ନିଜ ଭିତରେ ୯ ୱିକେଟ୍ ବାଣ୍ଟିନେବା ସହ ଇଂଲଣ୍ଡକୁ ପ୍ରଥମ ପାଳିରେ ମାତ୍ର ୨୫୩ ରନ୍‌ରେ ଅଟକାଇ ଦେଇଥିଲେ। ବୁମ୍‌ରା ମଧ୍ୟ ବ୍ୟକ୍ତିଗତ ଭାବେ ଟେଷ୍ଟ୍‌ କ୍ରିକେଟ୍‌ରେ ତୃତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି। କ୍ରିକେଟ୍ ପ୍ରଶଂସକମାନେ ବାଜ୍‌ବଲ୍‌କୁ ଯଶବଲ୍ ଫିକା କଲା ବୋଲି କହୁଛନ୍ତି।

ୟର୍କର ନୁହେଁ କ୍ଷେପଣାସ୍ତ୍ର
ପ୍ରଥମ ଟେଷ୍ଟ୍‌ରେ ଶତକୀୟ ପାଳି ଖେଳି ଓଲି ପୋପ୍ ଇଂଲଣ୍ଡକୁ ବିଜୟୀ କରାଇଥିଲେ। ହେଲେ ବିଶାଖାପାଟଣାରେ ବୁମ୍‌ରାଙ୍କ ୟର୍କର ବାଣରେ ପୂରା ଘାଇଲା ହୋଇଥିଲେ। ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଭଳି ୟର୍କର ବଲ୍ ପକାଇ ବୁମ୍‌ରା ତାଙ୍କ ମଝି ଓ ଲେଗ୍ ଷ୍ଟମ୍ପ୍ ଉଡ଼ାଇ ଦେଇଥିଲେ। ଏହି ବଲ୍‌ଟି ଏଭଳି ଶାଣିତ ଥିଲା ଯେ ପୋପ୍‌ଙ୍କ ସୁବୁଦ୍ଧି ଏହା ଆଗରେ ହାର ମାନିଥିଲା। ଏପରିକି ୨୮ତମ ଓଭରର ଏହି ପଞ୍ଚମ ବଲ୍‌ଟିକୁ ଭାଷ୍ୟକାରମାନେ ଭୂୟସୀ ପ୍ରଶଂସା କରିଥିଲେ। ବଲ୍‌ଟି ୟର୍କର ନଥିଲା ବରଂ କ୍ଷେପଣାସ୍ତ୍ର ଥିଲା ବୋଲି କହିଥି‌ଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button