ପୁନମ୍ଙ୍କୁ ନେଇ ପାଞ୍ଚଟି ଚର୍ଚ୍ଚିତ ବିବାଦ – Kalinga News
[ad_1]
ରିଆଲିଟି ସୋ ‘ଲକ୍ ଅପ୍’ରେ ଶେଷ ଥର ନଜର ଆସିଥିବା ଅଭିନେତ୍ରୀ ତଥା ମଡେଲ୍ ପୁନମ ପାଣ୍ଡେଙ୍କର ବିୟୋଗ ଖବର ଶୁକ୍ରବାର ଦିନସାରା ପ୍ରଚାରିତ ହୋଇଥିବା ବେଳେ ତାହାର ସତ୍ୟାସତ୍ୟ ରହସ୍ୟମୟ ହୋଇ ରହିଥିଲା। ସେ ଏମିତି ବି ନିଜର ବୋଲ୍ଡ ରୂପ ଓ ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କର ସେଭଳି ପାଞ୍ଚଟି ବିବାଦ ସମ୍ପର୍କରେ ଜାଣିବା। ୨୦୧୧ ମସିହାରେ ବିଶ୍ବକପ୍ ମ୍ୟାଚ୍ ଚାଲିଥିବା ବେଳେ ପୁନମ୍ ଘୋଷଣା କରିଥିଲେ ଯେ ଭାରତ ଯଦି ବିଜୟୀ ହୁଏ ସେ ପଡ଼ିଆରେ ନିଜ ବସ୍ତ୍ର ଖୋଲିଦେବେ। ତାଙ୍କର ସେହି ବୟାନ ତାଙ୍କୁ ଆଲୋଚନାର ପରିସରକୁ ଆଣିଥିଲା। ହେଲେ ବିସିସିଆଇ ତାଙ୍କୁ ଏହି କାର୍ଯ୍ୟରୁ ନିବୃତ୍ତ କରିଥିଲା। ପରବର୍ଷ ସେ ତାଙ୍କ ପ୍ରିୟ ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ପାଇଁ ମଧ୍ୟ ସମାନ ଘୋଷଣା କରିଥିଲେ। କେକେଆର୍ ଜିତିବା ପରେ ଟିମ୍କୁ ସମର୍ଥନ ଦେଇ ପୁନମ୍ ତାଙ୍କର ଏକ ନଗ୍ନ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଥିଲେ। ସେ ସମୟରେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କୋଭିଡ୍-୧୯ ଲକ୍ଡାଉନ୍ ସମୟରେ ପୁନମ ତାଙ୍କ ସ୍ବାମୀ ସାମ୍ ବମ୍ବେଙ୍କ ସହ ଵାକ୍ରେ ଯାଇ ନିୟମ ଉଲ୍ଲଂଘନ କରି ବିବାଦକୁ ଆସିଥିଲେ। ଦାୟିତ୍ବହୀନତା ପାଇଁ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା। ୨୦୨୧ ମସିହାରେ ସେ ତାଙ୍କ ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ରିୟଲିଟି ସୋ ‘ଲକ୍ ଅପ୍’ରେ ଏହା ହିଁ ତାଙ୍କ ବିବାହ ଭାଙ୍ଗିବାର କାରଣ ବୋଲି କହିଥିଲେ ପୁନମ୍। ୨୦୧୭ ମସିହାରେ ପୁନମ ପାଣ୍ଡେ ତାଙ୍କ ନାମରେ ଏକ ଆପ୍ ଲଞ୍ଚ୍ କରିଥିଲେ। ସେଥିରେ ଯୌନୋଦ୍ଦୀପକ ବିଷୟବସ୍ତୁ ପ୍ରଦର୍ଶିତ ହେଉଥିଲା। ଏହା ସାମାଜିକ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବାରୁ ଗୁଗୁଲ୍ ସେହି ଆପ୍କୁ ପ୍ଲେ ଷ୍ଟୋର୍ରୁ ହଟାଇ ଦେଇଥିଲା। ଏହି ପଦକ୍ଷେପ ଡିଜିଟାଲ୍ ଜଗତରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ବିତର୍କ ସୃଷ୍ଟି କରିଥିଲା।
[ad_2]