ବାହାଘରର ୧୦ ଦିନ ପରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ପୁନମ – Kalinga News

[ad_1]
ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ହୋଇଛି। ଏହି ଦୁଃଖଦ ଖବରକୁ ତାଙ୍କ ମ୍ୟାନଜର ଶୁକ୍ରବାର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଅନେକ ଦିନ ହେବ ପୁନମ ଗର୍ଭାଶୟ କର୍କଟ କ୍ୟାନସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ଘରେ ପୁନମଙ୍କର ମୃତ୍ୟୁ ହୋଇଛି।ସୋସିଆଲ ମିଡିଆରେ ପୁନମ ପାଣ୍ଡେଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଟିମ ଅଧିକାରିକ ଭାବେ ଏକ ପୋଷ୍ଟର ସେୟାର କରିଛନ୍ତିି। ଚାଲନ୍ତୁ ତାଙ୍କ ସଂପର୍କରେ କିଛି କଥା ଜାଣିବା।
: ଜଣେ ମଡେଲ୍ ଭାବେ ପ୍ରଥମେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।
:୨୦୧୩ ମସିହାର ସର୍ଟ ଫିଲ୍ମ ‘ନଶା’ ହେଉଛି ତାଙ୍କର ପ୍ରଥମ ସିନେମା।
: ଶେଷ ଥର ପାଇଁ ସେ ଟେଲିଭିଜି ରିୟଲିଟି ସୋ’ ‘ଲକ୍-ଅପ୍’ରେ ନଜର ଆସିଥିଲେ।
: ରିୟଲିଟି ସୋ’ ‘ଖତ୍ରୋଁ କି ଖିଲାଡ଼ି’ର ସିଜିନ୍ ୪ରେ ସେ ପ୍ରତିଦ୍ବନ୍ଦ୍ବୀ ଥିଲେ।
: ୨୦୨୦ ମସିହା ସେପ୍ଟେମ୍ବର ୧ ତାରିଖରେ ପ୍ରେମିକ ସାମ୍ ବମ୍ବେଙ୍କୁ ବିବାହ କରିଥିଲେ।
: ବିବାହର ୧୦ ଦିନ ପରେ ୧୧ ତାରିଖ ଦିନ ସ୍ବାମୀଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ।
: ସେପ୍ଟେମ୍ବର ୨୩ ତାରିଖରେ ପୁନମଙ୍କ ସ୍ବାମୀଙ୍କୁ ପୁଲିସ୍ ଗିରଫ କରିଥିଲା।
[ad_2]