ଦେଶ- ବିଦେଶ

ଅମରନାଥ ଗୁମ୍ଫାରେ ପ୍ରକଟ ହୋଇ ଯାଇଛନ୍ତି ବାବା ବର୍ଫାନୀ, ଜୁଲାଇ ମାସରୁ ଆରମ୍ଭ ହୋଇଯିବ ଅମରନାଥ ଯାତ୍ରା, ଏହି ଜାଗାରୁ ଆପଣ ପାଇପାରିବେ ରେଜିଷ୍ଟ୍ରେସନ ଫର୍ମ

ଅମରନାଥ ଗୁମ୍ଫାରେ ବାବା ବର୍ଫାନୀ ପ୍ରକଟ ହୋଇସାରିଛନ୍ତି ଏବଂ ଜଲ୍ଦି ହିଁ ଏହି ବର୍ଷ ଅମରନାଥଙ୍କର ଯାତ୍ରା ଆରମ୍ଭ ହୋଇଯିବ । ଅମରନାଥ ଶ୍ରାଇନ ବୋର୍ଡ ଅନୁସାର ଏହି ଯାତ୍ରା ୪୬ ଦିନ ପର୍ଯ୍ୟନ୍ତ ଚାଲିବ । ଏବଂ ଏହାର ଆରମ୍ଭ ୧ ଜୁଲାଇ ରୁ ହେବ । ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାରୁ ପାରମ୍ପରିକ ପହଲଗାମ ମାର୍ଗ ଏବଂ ଗଂଦେରବଲ ଜିଲ୍ଲାର ବାଲଟାଲ ମାର୍ଗରୁ ଆରମ୍ଭ ହେବ । ଏବଂ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ ।

ଯେଉଁ ଲୋକମାନେ ଏହି ଯାତ୍ରାକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କର ରେଜିସ୍ଟ୍ରେଶନ ୧ ଏପ୍ରିଲରୁ ଆରମ୍ଭ ହୋଇଯିବ । ଏବଂ ଏହି ଯାତ୍ରାର ପଞ୍ଜୀକରଣ ୧୦୦ ଟଙ୍କା ଦେଇ କରାଯିବ । ଏହି ଯାତ୍ରା ସବନ୍ଧିତ ଫର୍ମ ଲୋକମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ନେଇ ପାରିବେ ।

ଅମରନାଥ ଗୁମ୍ଫାର ସୁରକ୍ଷାକୁ ନେଇ କରାଯାଉଛି ପ୍ରସ୍ତୁତି

ଅମରନାଥ ଯାତ୍ରାକୁ ନେଇ ଜମ୍ମୁ – କାଶ୍ମୀରର ନିୟନ୍ତ୍ରଣ ରେଖାରର ଅନ୍ତରାଷ୍ଟ୍ରୀୟ ସୀମାର ଆଖ ପାଖର ସୁରକ୍ଷା କଡା କରା ଦିଆ ଯାଇଛି । ସୁରକ୍ଷାକୁ ନେଇ ପୁଲିସ ଏବଂ ସେନା ସମୟ ସମୟରେ ମିଟିଙ୍ଗ ବି କରୁଛନ୍ତି ଯାହା ଦ୍ଵାରା ଯାତ୍ରୀମାନଙ୍କର ସୁରକ୍ଷାରେ କୌଣସି ଭୁଲ ନ ରହି ଯାଉ ।

ଅମରନାଥ ଗୁମ୍ଫା ସହ ଜଡିତ କଥା

ଅମରନାଥରେ ସବୁ ବର୍ଷ ବରଫର ଶିବଲିଙ୍ଗ ପ୍ରସ୍ତୁତ ହୋଇଥାଏ ଏବଂ ଏହି ଶିବଲିଙ୍ଗକୁ ଦର୍ଶନ କରିବା ପାଇଁ ପୁରା ଭାରତରୁ ଲୋକମାନେ ଜମ୍ମୁ – କାଶ୍ମୀରକୁ ଆସିଥାନ୍ତି । ଅମରନାଥଙ୍କର ଗୁମ୍ଫାରେ ହେଉଥିବା ବରଫ ଶିବଲିଙ୍ଗ ସହ ଏକ କଥା ଜଡିତ ଅଛି । ଏହା ଅନୁସାରେ ଏହି ଜାଗାରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ଅମର ରହିବାର କଥା କହିଥିଲେ । ଭଗବାନ ଶିବ ଏହି କଥାକୁ କହିବା ପାଇଁ ଅମରନାଥ ଗୁମ୍ଫାକୁ ବାଛି ଥିଲେ ଯାହା ଦ୍ଵାରା କୌଣସି ମଣିଷ ଏବଂ ଜୀବଜନ୍ତୁ ନ ଶୁଣି ପାରିବେ ।

ଭଗବାନ ଶିବ ଯେତେବେଳେ ଏହି କଥାକୁ କହୁଥିଲେ ସେତେବେଳେ ମାତା ପାର୍ବତୀ ଶୋଇ ପଡିଥିଲେ । କିନ୍ତୁ ଭଗବାନ ଶିବଙ୍କୁ ଲାଗିଲା କି ମାତା ପାର୍ବତୀ ତାଙ୍କ କଥା ଶୁଣୁଛନ୍ତି । ଏହି ସମୟରେ ଦୁଇଟି ପାରା ବି ଉପସ୍ଥିତ ଥିଲେ । ଏବଂ ଏହି ଦୁଇଟି ପାରା ଏହି କଥାକୁ ଶୁଣି ଦେଇଥିଲେ । ଏହା ପରେ ଭଗବାନ ଶିବ ଜାଣି ପାରିଲେ କି ମାତା ପାର୍ବତୀ ଏହି କଥାକୁ ପୁରା ଶୁଣି ନାହାନ୍ତି । କିନ୍ତୁ ତାଙ୍କର ନଜର ସେହି ପାରାଙ୍କ ଉପରେ ପଡିଲା । ଏବଂ ଏହି ପାରାଙ୍କୁ ଦେଖି ଭଗବାନ ଶିବ କ୍ରୋଧିତ ହୋଇଗଲେ । କାରଣ ସେମାନେ ଅମର ହେବାର କଥା ଶୁଣି ଦେଇଥିଲେ ।

କ୍ରୋଧରେ ଯେତେବେଳେ ଭଗବାନ ଶିବଙ୍କୁ ସେମାନଙ୍କୁ ମାରିବା ପାଇଁ ଆଗକୁ ବଢିଲେ ସେତେବେଳେ ପାରାମାନେ ଶିବଙ୍କୁ କହିଲେ କି ଆମେ ଅମର ହେବାର କଥା ଶୁଣି ଦେଇଛୁ ଏବଂ ଯଦି ଆପଣ ଆମକୁ ମାରୁଛନ୍ତି ତେବେ ଏହି କଥା ଟି ମିଥ୍ୟା ହୋଇଯିବ । ଏହି କଥା ଶୁଣି ଭଗବାନ ଶିବ ଶାନ୍ତ ହୋଇଗଲେ । ଏବଂ ସେ ପାରାଙ୍କୁ ଆଶୀର୍ବାଦ ଦେଲେ କି ତୁମେ ସର୍ବଦା ଏହି ସ୍ଥାନରେ ଶିବ ପାର୍ବତୀଙ୍କର ପ୍ରତୀକ ହୋଇ ରହିବ ।

ଆଜି ବି ଯେତେବେଳେ ଭକ୍ତମାନେ ଏହି ଗୁମ୍ଫାରେ ଯାଇ ଥାନ୍ତି । ତେବେ ସମସ୍ତଙ୍କୁ ଏହି ଦୁଇଟି ପାରା ଗୁମ୍ଫାରେ ନିଶ୍ଚିତ ନଜର ଆସିଥାଏ । ଏହି ପାରାମାନଙ୍କର ଦର୍ଶନରେ ହିଁ ଯାତ୍ରା ସଫଳ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button