ମନୋରଞ୍ଜନ

ପୁନମ ପାଣ୍ଡେଙ୍କ ପରଲୋକ; ସ୍ତବ୍ଧ ହୋଇଯାଇଛନ୍ତି ପରିବାର ଓ ଫ୍ୟାନ୍ସ – Kalinga News

[ad_1]

ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ପୁଣମ ପାଣ୍ଡେଙ୍କ ପରଲୋକ ହୋଇଛି। ଏହି ଦୁଃଖଦ ଖବରକୁ ତାଙ୍କ ମ୍ୟାନଜର ଶୁକ୍ରବାର ସୋସିଆଲ ମିଡିଆ ଜରିଆରେ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଅନେକ ଦିନ ହେବ ପୁନମ ଗର୍ଭାଶୟ କର୍କଟ କ୍ୟାନସରରେ ପୀଡ଼ିତ ଥିଲେ। ଶୁକ୍ରବାର ସକାଳେ ଉତ୍ତର ପ୍ରଦେଶରେ ଥିବା ଘରେ ପୁନମଙ୍କର ମୃତ୍ୟୁ ହୋଇଛି।ସୋସିଆଲ ମିଡିଆରେ ପୁନମ ପାଣ୍ଡେଙ୍କ ଅଫିସିଆଲ ଇନଷ୍ଟାଗ୍ରାମ  ପେଜରେ ତାଙ୍କର ଟିମ ଅଧିକ‌ାରିକ ଭାବେ ଏହି ସୂଚନା ଦେଇଛନ୍ତି।

ଏଥିସହିତ ପୋଷ୍ଟରେ ପୋଷ୍ଟରେ ଲେଖା ଅଛି, ଆଜି ସକାଳ ଆମ ସମସ୍ତଙ୍କ ପାଇଁ ଦୁଃଖଦ ରହିଛି। ଆମର ପ୍ରିୟ ପୁନାମଙ୍କୁ ଆମେ ହରାଇ ଦେଇଛୁ। ପୁନମ ଅନେକ ଦିନ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। ଆଜି ସକାଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଖୁବଶୀଘ୍ର ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ଏହି ପୋଷ୍ଟ ଦେଖିବା ପରେ ପୁନମଙ୍କ ଫ୍ୟାନ୍ସମାନେ ସ୍ତବ୍ଧ ହୋଇଯାଇଛନ୍ତି। ପ୍ରତିକ୍ରୟା ଦେଇ ପ୍ରଶ୍ନ କରିଛନ୍ତି କି, ଏହା କ’ଣ ବାସ୍ତବ ଖବର। ନା ଗୁଜବ ପ୍ରଚାର କରାଯାଉଛି। ପୁନମ କ’ଣ ଗର୍ଭାଶୟ କର୍କଟର ସଚେତନତା ଅଭିଯାନ ପାଇଁ ଅଭିନୟ କରୁଛନ୍ତି କି? ଏମିତି ଅନେକ ପ୍ରଶ୍ନ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ପଚାରି ଚାଲିଛନ୍ତି।

‌ଶେଷଥର ପାଇଁ ପୁନମ ଜାନୁଆରି ୨୯ ତାରିଖରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ତାଙ୍କ ଅଙ୍ଗରକ୍ଷୀଙ୍କ ସହିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ଦେଖିବାକୁ ମିଳିଥିଲା।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button