ମନୋରଞ୍ଜନ

ଏହି ତିନୋଟି ବଡ ସର୍ତ୍ତ କାରଣରୁ ଭାଙ୍ଗି ଯାଇଥିଲା ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ, ମା’ଙ୍କ କାରଣରୁ ଖରାପ ହୋଇ ଯାଇଥିଲା ସମ୍ପର୍କ

ବଲିଉଡରେ ବଚ୍ଚନ ପରିବାର ଓ କପୁର ପରିବାରକୁ ଇଣ୍ଡଷ୍ଟ୍ରୀର ଏକ ବଡ ଓ ଶକ୍ତିଶାଳୀ ପରିବାର ବୋଲି ମାନନ୍ତି । ଯେଉଁଠି କପୁର ଖାନଦାନ ପୂର୍ବଜମାନେ ଇଣ୍ଡଷ୍ଟ୍ରୀ ରେ ପରିଚିତ ସେହିପରି ବଚ୍ଚନ ପରିବାର ସବୁ ସଦସ୍ୟ ମାନେ ମଧ୍ୟା ନିଜର ପରିଚୟ ବଳରେ ଇଣ୍ଡଷ୍ଟ୍ରୀରେ ସ୍ଵତନ୍ତ୍ର ଜାଗା ହାସଲ କରିଛନ୍ତି । ଏମିତିରେ ମଧ୍ୟ ବଚ୍ଚନ ପରିବାର ଓ କପୁର ପରିବାର ମଧ୍ୟରେ ଘରେଲୁ ସମ୍ପର୍କ ରହିଆସିଛି । ଦୁଇ ପରିବାର ମଧ୍ୟରେ ସୁସମ୍ପର୍କ ଅଛି । କିନ୍ତୁ ଗୋଟେ ସମ୍ପର୍କ ଭାଙ୍ଗିବା ଯୋଗୁ ସେମାନଙ୍କ ଭିତରେ ଦୂରତା ଆସିଗଲା । ଦୂରତାର କାରଣ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ଭାଙ୍ଗିବା ଥିଲା । ଆପଣଙ୍କୁ ଜଣା ଦେଉଛୁ କି କଣ ପାଇଁ ନିର୍ବନ୍ଧ ପରେ ସମ୍ପର୍କ ବାହାଘର ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ।

ଏହି ତିନୋଟି ସର୍ତ୍ତ ଯୋଗୁ ଭାଙ୍ଗିଲା ସମ୍ପର୍କ

ଇଣ୍ଡଷ୍ଟ୍ରୀରେ ଏମିତି ସମୟ ଥିଲା କରିସ୍ମା ଓ ଅଭିଷେକଙ୍କ ସମ୍ପର୍କର ଚର୍ଚ୍ଚା ସମସ୍ତଙ୍କ ପାଟିରେ ଥିଲା । ଦୁଇ ଜଣଙ୍କ ଭଲପାଇବା ବହୁତ ଚର୍ଚ୍ଚାକୁ ଆସିଥିଲା ଓ ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ ରାଜି ହୋଇ ଯାଇଥିଲେ । ଏହା ପରେ ଅଭିଷେକ ଓ କରିସ୍ମାଙ୍କ ନିର୍ବନ୍ଧ ହୋଇଯାଇ ଥିଲା । କିନ୍ତୁ ଏ ନିର୍ବନ୍ଧ ବାହାଘର ପର୍ଯ୍ୟନ୍ତ ଯାଇ ପାରିଲା ନାହିଁ ଓ ତାଙ୍କ ଭିତରେ ଫାଟ ସୃଷ୍ଟି ହେଲା । ତାଙ୍କ ନିର୍ବନ୍ଧ ଭାଙ୍ଗିବାର କାରଣ ଅଛି । ଯାହା ଦ୍ଵାରା ଏହା ଜଣା ଯାଏ କି କରିସ୍ମାଙ୍କ ମା ଏହି ସମ୍ପର୍କ ଭାଙ୍ଗିବାର କାରଣ ଅଟନ୍ତି ।

ଗୋଟେ ରିପୋର୍ଟରୁ ଜଣା ପଡ଼ିଥିଲା କି ଲୋକଙ୍କ କହିବା ଅନୁସାରେ ଜୟାଙ୍କୁ କରିସ୍ମାଙ୍କ ସାଙ୍ଗରେ କିଛି ସମସ୍ୟା ହେବାରେ ଲାଗିଥିଲା ଯାହା ଫଳରେ ଏହି ସମ୍ପର୍କ ଭାଙ୍ଗିଗଲା। ପୁଣି ପରେ ଜଣା ପଡିଲା ଯେ ଅସୁବିଧା ଜୟା ବଚ୍ଚନଙ୍କୁ ନୁହେଁ ବରଂ କରିସ୍ମାଙ୍କ ମା ବବିତାଙ୍କର ଥିଲା । କୁହାଯାଏ କି ବବିତା ତାଙ୍କ ସ୍ବାମୀ ରଣଧୀର କପୁରଙ୍କ ଠାରୁ ଅଲଗା ରୁହନ୍ତି ଓ ଦୁଇ ଝିଅଙ୍କ ଲାଳନ ପାଳନ ସେ ଏକୁଟିଆ କରିଛନ୍ତି ।

ଏହି କାରଣ ଯୋଗୁ ଝିଅମାନଙ୍କ ଜୀବନରେ ତାଙ୍କ ଦଖଲ ବହୁତ ଥିଲା । ନିଜ ଝିଅର ସୁରକ୍ଷିତ ଭବିଷ୍ୟତ ପାଇଁ ବବିତା ବଚ୍ଚନ ପରିବାର ଆଗରେ ତିନୋଟି ସର୍ତ୍ତ ରଖିଥିଲେ ଯେଉଁଥି ପାଇଁ ସମ୍ପର୍କ ଭାଙ୍ଗି ଯାଇଥିଲା ।

ମା ବବିତା ରଖିଥିଲେ ଏହି ସର୍ତ୍ତ

ପ୍ରଥମ ସର୍ତ୍ତ ଥିଲା ବବିତା ନିର୍ବନ୍ଧ ପରେ ଅଭିଷେକଙ୍କ ଅଧା ସମ୍ପତ୍ତି କରିସ୍ମାଙ୍କ ନାମରେ କରିବାକୁ କହିଥିଲେ । ଏହି କଥାରେ ବଚ୍ଚନ ପରିବାର ଅମଙ୍ଗ ହୋଇଥିଲେ ଓ ଏହା ପାଇଁ ମନା କରି ଦେଇଥିଲେ । ଗୋଟେ ରିପୋର୍ଟରୁ ଜଣା ପଡିଥିଲା କି ବବିତା ଆଉ ଦୁଇଟି ସର୍ତ୍ତ ରଖିଥିଲେ ବାହାଘର ପରେ କରିସ୍ମା ଓ ଅଭିଷେକ ଅଲଗା ପରିବାର ଠାରୁ ଦୂରରେ ରହିବେ ।

ପୁଣି ଶେଷ ସର୍ତ୍ତ ଥିଲା କି ରଣଧୀର କରିସ୍ମାଙ୍କ କନ୍ୟା ଦାନ କରିବେ ନାହିଁ । ଏହି ସର୍ତ୍ତକୁ ମାନିବା ବଚ୍ଚନ ପରିବାରଙ୍କ ପାଇଁ ଅସମ୍ଭବ ଥିଲା । ଯେଉଁ କାରଣରୁ ଅଭିଷେକ ଓ କରିସ୍ମାଙ୍କ ସମ୍ପର୍କ ଭାଙ୍ଗିଗଲା

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button