ରାଜ୍ୟ କଂଗ୍ରେସର ଟିକେଟ୍ କସରତ: ଅନ୍ଲାଇନ୍ରେ ଆବେଦନ କରିବେ ଆଶାୟୀ – Kalinga News
[ad_1]
ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ରାଜନୈତିକ ଦଳ ନିଜର କସରତ ଆରମ୍ଭ କରିସାରିଲେଣି। ଆଗୁଆ ଟିକେଟ୍ ବାଣ୍ଟିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ବଡ଼ ଘୋଷଣା କରାଯାଇଛି। ନେତାଙ୍କ ଲବି ଆଉ କାମ କରିବନି। ଅନ୍ଲାଇନ୍ରେ ସବୁ ତଥ୍ୟ ଦେଇ ଟିକେଟ୍ ପାଇଁ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ୍ ଆବେଦନ କରିବାର ଇ-ଫର୍ମ ଉପଲବ୍ଧ ହେବ। ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରାଯିବ ବୋଲି କହିଛନ୍ତି ଓଡ଼ିଶା ପ୍ରଭାରୀ ଅଜୟ କୁମାର। ଆଗୁଆ ଟିକେଟ୍ ବଣ୍ଟନ ନେଇ ଆଜି ରାଜ୍ୟ ଅତିଥି ଭବନରେ ଦଳ ପକ୍ଷରୁ ଏକ ରୁଦ୍ଧଦ୍ବାର ବୈଠକ ବସିଥିଲା। ଏଥିରେ ପ୍ରଭାରୀ ଶ୍ରୀ କୁମାର, ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ପରେ ଗଣମାଧ୍ୟମକୁ ଶ୍ରୀ କୁମାର କହିଛନ୍ତି ଯେ ପ୍ରଦେଶ ନିର୍ବାଚନ କମିଟି ତର୍ଜମା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହାସହ ନିର୍ବାଚନକୁ ଆଖି ଆଗରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଦଳ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି। ଗତକାଲି ଓ ଆଜି ସ୍କ୍ରିନିଂ କମିଟିର ସଦସ୍ୟମାନେ ଦଳର ବରିଷ୍ଠ ନେତା, ସମ୍ମୁଖ ପ୍ରକୋଷ୍ଠର ସଦସ୍ୟ, ମହିଳା, ଯୁବ, ଛାତ୍ର ଓ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଓଡ଼ିଶାରେ ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ପାଇଁ ଏଆଇସିସି ପକ୍ଷରୁ ନୂଆ ବ୍ୟବସ୍ଥା ସହ ଏହି କମିଟିର ଅଧ୍ୟକ୍ଷଭାବେ ପ୍ରବୀଣ ପାଠକଙ୍କୁ ନିଯୁକ୍ତି ଦିଆଯାଇଛି। କିଛିଦିନ ତଳେ କଂଗ୍ରେସରେ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଖବର ଚର୍ଚ୍ଚାକୁ ଆସିଥିଲା। ଉଭୟ ବିଧାନସଭା ଓ ଲୋକସଭା ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବାର ପ୍ରତିଶ୍ରୁତି ଦେଇ କିଛି ବ୍ୟକ୍ତିବିଶେଷ ଟଙ୍କା ଆଦାୟ କରୁଥିବା ଖବର ପିସିସି ସଭାପତିଙ୍କ ନଜରକୁ ଆସିଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ସବୁ ଜିଲ୍ଲା ସଭାପତି ଓ ରାଜ୍ୟ ସାମ୍ମୁଖ୍ୟଙ୍କୁ ପିସିସି ପକ୍ଷରୁ ଚିଠି ଜାରି ହୋଇଥିଲା।
[ad_2]