ମତଦାନ ହାର ବଢ଼ିଲା, ଉତ୍ସାହଜନକ ନୁହେଁ: ସାଢ଼େ ୩ ଲକ୍ଷ ଭୋଟର ଆସିଲେନି – Kalinga News

[ad_1]
ମଧ୍ୟ ଭୁବନେଶ୍ବରରେ ୮.୨୧% ବୃଦ୍ଧି, ୫ବର୍ଷ ପରେ ମତାଦାତା ବଢ଼ିଲେ ୭%
ଭୁବନେଶ୍ବର: ଏଥର ଭୁବନେଶ୍ବରର ତିନିଟି ନିର୍ବାଚନମଣ୍ଡଳୀରେ ମତଦାନ ହାର ବଢ଼ିଛି। ଲଗାତାର ୩ଟି ସାଧାରଣ ନିର୍ବାଚନ ପରେ ଏଥରକ ମତଦାନ ହାର ୫୦% ଡେଇଁଛି। ଭୁବନେଶ୍ବର ଏକାମ୍ରରେ ସର୍ବାଧିକ ୫୬.୪୨% ହୋଇଥିବା ବେଳେ ଉତ୍ତର ଭୁବନେଶ୍ବରରେ ୫୩.୯୩% ଓ ମଧ୍ୟ ଭୁବନେଶ୍ବରରେ ୫୧.୨୩% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୪ରେ ଏହି ତିନିଟି ନିର୍ବାଚନମଣ୍ଡଳୀରେ ହାରାହାରି ମତଦାନ ୪୩.୦୭% ହୋଇଥିବାବେଳେ ୨୦୧୯ରେ ୪୬.୮୬% ହୋଇଥିଲା। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ସହ ଭୋଟ ଦେବାକୁ ବାରମ୍ବାର ନିବେଦନ ପରେ ମତଦାନହାର ୫୩.୮୬% ହୋଇଛି। ୫ବର୍ଷ ପରେ ମାତ୍ର ୭% ବଢ଼ିବା ଚିନ୍ତାର ବିଷୟ ପାଲଟିଛି। ଗୋଟିଏ ପଟେ ମତଦାନହାର ୫୦% ଟପିବା ଆଶ୍ବସ୍ତିର ବିଷୟ ହୋଇଥିବା ବେଳେ ଅନ୍ୟପଟେ ସାଢ଼େ ୩ ଲକ୍ଷ ଭୋଟର ମତଦାନ କେନ୍ଦ୍ରକୁ ନ ଆସିବା ପ୍ରଶାସନକୁ ଭାବିବାକୁ ବାଧ୍ୟ କରିଛି। କେଉଁଥିପାଇଁ ଏତେ ସଂଖ୍ୟକ ସହରୀ ଭୋଟର ବୁଥ୍ ପ୍ରତି ଅନାଗ୍ରହ ପ୍ରକାଶ କଲେ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଏଥର ନିର୍ବାଚନରେ ସାରା ରାଜ୍ୟରେ ମତଦାନହାର ୭୦% ଉପରେ ରହୁଛି। ତିନିଟି ପର୍ଯ୍ୟାୟ ନିର୍ବାଚନ ପରେ ଅଧିକାଂଶ ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନହାର ୬୫ରୁ ୮୦% ପାଖାପାଖି ରହୁଛି।

Sambad is now on WhatsApp
Join and get latest news updates delivered to you via WhatsApp
ସାଢ଼େ ୩ ଲକ୍ଷ ଭୋଟର ଆସିଲେନି
ମଧ୍ୟ ଭୁବନେଶ୍ବରରେ ୮.୨୧% ବୃଦ୍ଧି
୫ବର୍ଷ ପରେ ମତାଦାତା ବଢ଼ିଲେ ୭%
ଭୋଟ ଦେବାକୁ ଆସୁନାହାନ୍ତି କିନ୍ନର
ଅଥଚ ଖୋର୍ଦ୍ଧା ଜିଲ୍ଲାରେ ୬୫.୩୫% ମତଦାନ ହୋଇଥିବାବେଳେ ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ ଏହା ୫୩.୮୬% ରହିଛି। ରାଜ୍ୟର ସବୁଠାରୁ ଅଧିକ ବୁଦ୍ଧିଜୀବୀ, ସଚେତନ ନାଗରିକ, ଚାକିରିଆ, ଭିଆଇପି, ଭିଭିଆଇପି ଲୋକ ଏଠାରେ ରହୁଛନ୍ତି। ୨୦୧୯ରେ ମଧ୍ୟ ଭୁବନେଶ୍ବରରେ ୪୩.୦୨%, ଭୁବନେଶ୍ବର ଉତ୍ତରରେ ୪୭.୯୦% ଓ ଏକାମ୍ର ଭୁବନେଶ୍ବରରେ ୪୯.୬୮% ରହିଥିଲା। ଯେତେବେଳେକି ୨୦୧୪ରେ ଏକାମ୍ର ଭୁବନେଶ୍ବରରେ ୪୫.୯୭%, ମଧ୍ୟ ଭୁବନେଶ୍ବରରେ ୪୧.୯୬%, ଉତ୍ତର ଭୁବନେଶ୍ବରରେ ୪୧.୩% ମତଦାନ ହୋଇଥିଲା। ଏଥର ମଧ୍ୟ ଭୁବନେଶ୍ବରରେ ସର୍ବାଧିକ ୮.୨୧% ଭୋଟର ବଢ଼ିଛନ୍ତି। ଏକାମ୍ରରେ ୬.୭୪ ଓ ଉତ୍ତର ଭୁବନେଶ୍ବରରେ ୬.୦୩% ଭୋଟର ବଢ଼ିଥିବା ଜଣାପଡ଼ିଛି। ତିନୋଟି ଯାକ ନିର୍ବାଚନମଣ୍ଡଳୀରେ ୪ଲକ୍ଷ ୧୮ ହଜାର ୨୭୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ତିନୋଟି ଯାକ ନିର୍ବାଚନମଣ୍ଡଳୀ ମଧ୍ୟରୁ ମଧ୍ୟ ଭୁବନେଶ୍ବରରେ ସର୍ବାଧିକ ଭୋଟହାର ବଢ଼ିବା ଖୁସିର ଖବର। କାରଣ ଏଠାରେ ବାକି ଦୁଇଟି ନିର୍ବାଚନମଣ୍ଡଳୀ ତୁଳନାରେ ସବୁଠୁ କମ୍ ବସ୍ତି ଭୋଟର ରହିଛନ୍ତି। ଅଧିକାଂଶ ସହରୀ ଭୋଟର ରହିଛନ୍ତି। ରାଜଧାନୀର ସବୁଠୁ ଉଚ୍ଚ ବର୍ଗର, ପୁରୁଣା ଭୋଟର, ଚାକିରିଆ ଭୋଟର ଏଠାରେ ରହୁଥିଲେ ମଧ୍ୟ ସେମାନେ କାହିଁକି ଭୋଟ୍ ଦେଉନାହାନ୍ତି ସେନେଇ ତର୍ଜମା କରିବାର ସମୟ ଆସିଛି।
ଅପରପକ୍ଷେ ଭୁବନେଶ୍ବର ଉପକଣ୍ଠରେ ଭୋଟ୍ହାର ଉତ୍ସାହଜନକ ରହିଛି। ଜୟଦେବ ନିର୍ବାଚନମଣ୍ଡଳୀରେ ୨୦୧୪ରେ ୭୩.୯%, ୨୦୧୯ରେ ୭୫.୭୮% ହୋଇଥିଲା। ଏଥର ୮୦.୭୭% ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଯେତେବେଳେକି ଜଟଣୀରେ ୨୦୧୪ରେ ୭୦.୩୫%, ୨୦୧୯ରେ ୬୯.୩୨% ଥିବା ବେଳେ ଏଥର ୭୦.୧୯% ହୋଇଛି। ବେଗୁନିଆରେ ୭୧.୯୬%, ଚିଲିକାରେ ୭୧.୫୭% ଓ ଖୋର୍ଦ୍ଧାରେ ୭୨.୭୫% ମତଦାନ ହୋଇଛି। ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଭୋଟ୍ ହାର ବୃଦ୍ଧି ପାଇ ୬୫.୩୫%ରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାରେ ମୋଟ ୧୨ ଲକ୍ଷ ୪୫ହଜାର ୯୪୯ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପଞ୍ଜିକୃତ ୫୭୯ଜଣ କିନ୍ନରଙ୍କ ମଧ୍ୟରୁ ୧୨୯ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି। ଭୁବନେଶ୍ବର ତିନିଟି ନିର୍ବାଚନମଣ୍ଡଳୀରେ ୪୭୧ଜଣ କିନ୍ନର ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୦୨ ଜଣ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଜ୍ୟ ସରକାର କିନ୍ନରମାନଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ, ବିଭିନ୍ନ ଭତ୍ତା ଆଦି ଦେବା ପରେ ବି କିନ୍ନରମାନେ କାହିଁକି ସେମାନଙ୍କ ଭୋଟ୍ ଦାନ ଅଧିକାର ସାବ୍ୟସ୍ତ କରୁନାହାନ୍ତି ସେନେଇ କାହା ପାଖରେ ଉତ୍ତର ନାହିଁ।
[ad_2]