ଅପରାଧ

ପ୍ଲଟ୍‌ ଦେବାକୁ କହି ୩୫ ଜଣଙ୍କୁ ଠକିଥିଲେ, ବନ୍ଧା ହେଲେ ବିଲ୍‌ଡର – Kalinga News

[ad_1]

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପାତ୍ରପଡ଼ା ଅଞ୍ଚଳରେ ଲୋକଙ୍କୁ ପ୍ଲଟ ଦେବାକୁ କହି ୪ କୋଟି ଟଙ୍କା ଠକି ଥିବା ଜଣେ ବିଲ୍‌ଡରକୁ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ଅଭିଯୁକ୍ତ ବିଲ୍‌ଡରଙ୍କ ନାମ ଦୀପକ କୁମାର ଛୋଟରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ ବୋଲି ଇଓଡବ୍ଲୁ ପକ୍ଷରୁ ବିଜ୍ଞପ୍ତି ଜରିଆରେ କୁହାଯାଇଛି।

ଅନିଲ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ଇଓଡବ୍ଲୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗରେ ଅନିଲ ଦର୍ଶାଇଥିଲେ ଯେ, ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ ମଧ୍ୟ ପ୍ଲଟ ନାମରେ ଠକେଇର ଶିକାର ହୋଇଛନ୍ତି। ପାତ୍ରପଡ଼ାରେ ପ୍ଲଟ ଦେବାକୁ କହି ଜିଏଲ୍‌ଫ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍ ନାମକ ଏକ କମ୍ପାନିର ନିର୍ଦ୍ଦେଶକ ଅଭିଯୋଗକାରୀମାନଙ୍କ ଠାରୁ ଭିନ୍ନ ଭିନ୍ନ ପରିମାଣର ଟଙ୍କା ନେଇଥିଲା।

ଅଭିଯୋଗକାରୀଙ୍କ ଠାରୁ ଟଙ୍କା ନେବାର କିଛି ଦିନ ପରେ କଂପାନି ସେମାନଙ୍କୁ କହିଥିଲା ଯେ ପାତ୍ରପଡ଼ା ଅଞ୍ଚଳରେ ଜମିର ବ୍ୟବସ୍ଥା ହୋଇପାରିଲା ନାହିଁ। ତେଣୁ ସେମାନଙ୍କୁ ଗାଡ଼କଣରେ ଫ୍ଲାଟ ଯୋଗାଇ ଦିଆଯିବ ବୋଲି କହିଥିଲା। ପରେ ଏହି ୩୫ ଅଭିଯୋଗକାରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏ ନେଇଥିଲା। ୨୦୧୬ରୁ ୨୦୧୯ ମଧ୍ୟରେ କଂପାନି ଏହି ଟଙ୍କା ନେଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କମ୍ପାନି ସେମାନଙ୍କୁ ପ୍ଲଟ୍ କି ଫ୍ଲାଟ୍ ଦେଇ ନାହିଁ। ସେହିପରି ଟଙ୍କା ମଧ୍ୟ ଫେରାଇ ନାହିଁ। ଇଓଡବ୍ଲ୍ୟୁ କହିଛି ଯେ ନିଜ ପାଖରେ କୌଣସି ଜମି ନଥାଇ ଜିଏଲ୍‌ଫ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଦୀପକ କୁମାର ଛୋଟରାୟ ଲୋକଙ୍କୁ ମିଛ କହି ଟଙ୍କା ନେଇଥିଲେ। ନକଲି କାଗଜପତ୍ର ଦେଇ କଂପାନି ଲୋକଙ୍କୁ ଠକିଥିଲା। କଂପାନି ସେମାନଙ୍କଠାରୁ ୪ କୋଟିରୁ ଅଧିକ ଟଙ୍କା ନେଇ ଯାଇଥିଲା। ଇଓଡବ୍ଲ୍ୟୁ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button