ସ୍ୱାସ୍ଥ୍ୟ

ଲମ୍ବା ଏବଂ ମଜବୁତ୍ ଘନ କେଶ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ପୁରୁଷ ହୁଅନ୍ତୁ କି ନାରୀ ସମସ୍ତେ ନିଜର କେଶକୁ ନେଇ ଯତ୍ନ କରିବା ପାଇଁ ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କାରଣ ସୁସ୍ଥ ତ୍ୱଚା ସହ ଭଲ କେଶ ପାଇଁ ଆମକୁ ସ୍କାଲ୍ପର ଯତ୍ନ ନେବା ନିହାତି ଆବଶ୍ୟକ ପଡ଼ିଥାଏ । କାରଣ ଲମ୍ବା କେଶ, ମଜବୁତ୍ ଏବଂ ସାଇନିଂ କେଶ ପାଇଁ ସ୍କାଲ୍ପର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଶୁଷ୍କ ଏବଂ ରୁକ୍ଷ ସ୍କାଲ୍ପ କେଶରେ ରୂପି ସମସ୍ୟା ସୃଷ୍ଟି କରେ ଏହା ସହିତ କେଶକୁ ସୁସ୍ଥ ହେବାରୁ ରୋକିଥାଏ । ଏପରିସ୍ଥିତିରେ କେଶର ମୂଳକୁ ମଜବୁତ୍ କରିବା ପାଇଁ ଏବଂ ହେଲଦି ରଖିବା ପାଇଁ ଆପଣ ସ୍କାଲ୍ପ ରୁଟିନ ଆପଣାଇବା ଉଚିତ୍ । ତେବେ ଜାଣି ରଖନ୍ତୁ ସୁସ୍ଥ କେଶ ପାଇଁ କେଉଁ କେଉଁ ଉପାୟ ଆପଣେଇବା ଉଚିତ୍ ।

hair-ଆଲୋଭେରା ମୁଣ୍ଡର ତ୍ୱଚାକୁ ଆରାମ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଆଲୋଭେରା ରୁକ୍ଷ ଏବଂ ଶୁଷ୍କ ସ୍କାଲ୍ପକୁ ଠିକ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଆପଣ କୌଣସି ତେଲରେ ମିଶାଇ କେଶ ମୂଳରେ ଲଗାଇ ହାଲୁକା ମସାଜ୍ କରିପାରିବେ ।

-ସେହିଭଳି ଆପଲ ସାଇଡର ଭିନେଗାରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଥାଏ । ସ୍କାଲ୍ପ ଶୁଷ୍କ ହେବା କାରଣରୁ ଅଧିକାଂଶ ସମୟରେ ମୁଣ୍ଡ କୁଣ୍ଡେଇ ହୋଇଥାଏ ଏଭଳି ପରିସ୍ଥିତିରେ ଭିନେଗାର ଏହି ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରିଥାଏ । ଆପଲ ସାଇଡର ଭିନେଗାରକୁ ଗରମ ପାଣିରେ ମିଶାଇ ମୁଣ୍ଡ ସଫା କରିବା ପରେ ଏହାକୁ କେଶରେ ଲଗାନ୍ତୁ ଏବଂ ୧୫ ମିନିଟ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ । ପରେ ମୁଣ୍ଡକୁ ଭଲ ଭାବେ ସଫା ପାଣିରେ ଧୋଇ ଦିଅନ୍ତୁ ।

-ନଡ଼ିଆ ତେଲ କେଶକୁ ଥଣ୍ଡା କରିବାରେ ସାହାଯ୍ୟ କରିଥାଏ । ଏଥିରେ ପ୍ରଚୁର ମାତ୍ରାରେ ଭିଟାମିନ୍ କେ, ଇ ଏବଂ ଅନ୍ୟ ଖଣିଜ ପଦାର୍ଥ ରହିଥାଏ, ଯାହା ମୁଣ୍ଡର ତ୍ୱଚାକୁ ଶୁଷ୍କ ଏବଂ ସଂକ୍ରମଣ ହେବାରୁ ରକ୍ଷା କରିଥାଏ ।

long hair-ଏସବୁ ବ୍ୟତୀତ ଆପଣ ମେଥିକୁ ମଧ୍ୟ କେଶର ମୂଳରେ ବ୍ୟବହାର କରିପାରିବେ । କାରଣ ଏଥିରେ ଭିଟାମିନ୍ ସି, ପୋଟାସିୟମ, ଆୟରନ, ପ୍ରୋଟିନ ଏବଂ ଲେସିଥିନ ଭଳି ପୋଷକ ତତ୍ୱ ରହିଥାଏ, ଯାହା ଶୁଷ୍କତା ଦୂର କରିବାରେ ସାହାଯ୍ୟ କରିଥାଏ । ଯାହାଫଳରେ କେଶ ମଜବୁତ୍ ଏବଂ ସୁସ୍ଥ ରହିଥାଏ ।

ଧ୍ୟାନ ରଖିବେ କେଶରେ ଅଧିକ ଗରମ ଜିନିଷର ବ୍ୟବହାର ଠାରୁ ଦୂରେଇ ରହିବା ପାଇଁ । କାରଣ ଅଧିକ ଗରମ ପ୍ରଡକ୍ଟ ଅର୍ଥାତ ଆୟରନ, କର୍ଲ, ଷ୍ଟ୍ରେଟନର ଅଧିକ ବ୍ୟବହାର କରିବା ଦ୍ୱାରା କେଶର କୋମଳତା ନଷ୍ଟ ହୋଇଥାଏ। ତେବେ ଯଦି ଆପଣ ଏହାକୁ ଆବଶ୍ୟକ ସମୟରେ ବ୍ୟବହାର କରୁଛନ୍ତି ତେବେ ନିଶ୍ଚିତ ଭାବେ ହିଟ ପ୍ରୋଟେକ୍ସନ ହେୟାର ସିରମ୍ ବ୍ୟବହାର କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button