ଓଜନ କମ କରିବା ସହ ଅନେକ ସମସ୍ୟା ଦୂର କରେ ଲବଙ୍ଗ, ଜାଣନ୍ତୁ କିପରି କରିବେ ସେବନ
ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ଲବଙ୍ଗ। ଏହା ଦେଖିବାକୁ ଛୋଟ ହୋଇଥିଲେ ମଧ୍ୟ ଏଥିରେ ଅନେକ ପୋଷକ ତତ୍ତ୍ୱ ଭରି ରହିଥାଏ। ଲବଙ୍ଗରେ ଆଣ୍ଟି-ଇଫ୍ଲାମେଟୋରୀ ଗୁଣ ରହିବା ସହିତ ଏଥିରେ ପ୍ରୋଟିନ୍, ଫାଇବର, କ୍ୟାଲ୍ସିୟମ, ଆଇରନ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ସୋଡିୟମ୍, କପର୍, ଭିଟାମିନ୍ ସି, ଭିଟାମିନ୍ ବି, ଭିଟାମିନ୍ ଏ, ଭିଟାମିନ୍ କେ, ଭିଟାମିନ୍ ଇ ଆଦି ପ୍ରଚୁର ମାତ୍ରାରେ ରହିଥାଏ। ଯାହା ସ୍ୱାସ୍ଥ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଏନେଇ ଯଦି ଆପଣ ପ୍ରତିଦିନ ରାତିରେ ଲବଙ୍ଗ ଖାଉଛନ୍ତି ତେବେ ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବାରେ ଏହା ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ. . .
ଲବଙ୍ଗରେ ଆଣ୍ଟି- ଇଫ୍ଲାମେଟୋରୀ ଗୁଣ ରହିଛି। ଯେଉଁଥିପାଇଁ ଆପଣ ଫୁଲାପଣ କିମ୍ବା ଯନ୍ତ୍ରଣାରେ ଲବଙ୍ଗ ଖାଇପାରିବେ। ଯେଉଁମାନଙ୍କର ଦାନ୍ତରେ ଯନ୍ତ୍ରଣା କିମ୍ବା ଶରୀରର କୌଣସି ଅଙ୍ଗରେ ଯନ୍ତ୍ରଣା ଅନୁଭବ ହେଉଛି ସେମାନେ ଲବଙ୍ଗ ଖାଇବା ଉଚିତ୍। କାରଣ ଏପରି କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଅତ୍ୟଧିକ ଓଜନ କମ କରିବା ପାଇଁ ମଧ୍ୟ ଆପଣ ଲବଙ୍ଗ ବ୍ୟବହାର କରିପାରିବେ। ଲବଙ୍ଗ ଖାଇବା ଦ୍ୱାରା ଭୋକ ଲାଗିବା ଭଳି ଅନୁଭବ ହୋଇନଥାଏ। ଯାହାଫଳରେ ଓଜନ କମ ହୋଇଥାଏ। ଏଥିପାଇଁ ଆପଣ ଲବଙ୍ଗକୁ କ୍ଷୀରରେ ମିଶାଇ ସେବନ କରିପାରିବେ। ଏପରି କରିବା ଦ୍ୱାରା ଖାଦ୍ୟ ଖାଇବାକୁ ଇଛା ହୁଏନାହିଁ।
ଏସବୁ ବ୍ୟତୀତ ଉଷୁମ ପାଣିରେ ମହୁ ସହିତ ଲବଙ୍ଗ ପାଉଡରକୁ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା ଏବଂ କାଶ ସମସ୍ୟା ଦୂର ହୋଇଥାଏ। ଲବଙ୍ଗ ଏବଂ ମହୁର ମିଶ୍ରଣରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଭାଇରାଲ୍ ଗୁଣ ସୃଷ୍ଟି ହୋଇଥାଏ। ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିପାଇଁ ଆପଣ ଲବଙ୍ଗକୁ ପନିପରିବା, ରୁଟି ଏବଂ ସାଲାଡରେ ଲବଙ୍ଗ ପାଉଡର ମିଶାଇ ଖାଇବା ସହ କ୍ଷୀରରେ ଲବଙ୍ଗ ପାଉଡର ଏବଂ ଲବଙ୍ଗ ପାଉଡର ସହ ଉଷୁମ ପାଣି ପିଇପାରିବେ।