ସ୍ୱାସ୍ଥ୍ୟ

ଏହି ଉପାୟରେ ଦୂର କରନ୍ତୁ ଡାର୍କ ସର୍କଲ୍ସ ସମସ୍ୟା

ଡାର୍କ ସର୍କଲ୍ସ ଅର୍ଥାତ ଆଖିତଳେ କଳା ଦାଗ ଦେଖାଯିବା ଦ୍ୱାରା ଫେସ୍ ଲୁକ୍ ଖରାପ କରିଥାଏ । ଏହି ଆଖି ତଳ କଳାପଣକୁ ଦୂର କରିବା ଏତେ ସହଜ ନୁହେଁ । ସେହିପରି ଏହାକୁ ଲୁଚାଇବା ପାଇଁ ମହିଳାମାନେ ମେକଅପର ସାହାଯ୍ୟ ନେଇଥାନ୍ତି । ଡାର୍କ ସର୍କଲ୍ସ ଏକ ସାଧାରଣ ସମସ୍ୟା କାରଣ ଏହା ମହିଳା ଏବଂ ପୁରୁଷ ଉଭୟଙ୍କୁ ପ୍ରଭାବିତ କରିଥାଏ । ତେବେ ଆସନ୍ତୁ ଜାଣିବା ଡାର୍କ ସର୍କଲ୍ସ ଦୂର କରିବା ପାଇଁ ଆପଣ କେଉଁ ଜିନିଷର ସାହାଯ୍ୟ ନେଇ ପାରିବେ ।

ଆଖିର ତଳ ଭାଗ ଅତ୍ୟନ୍ତ ସୂକ୍ଷ୍ମ ହୋଇଥିବାରୁ ବହୁତ ଜଲଦି ପିଗମେଣ୍ଟେସନର ଶିକାର ହୋଇଥାଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ତ୍ୱଚାରେ କୁଞ୍ଚନ ପ୍ରକ୍ରିୟା ଦେଖାଯାଇଥାଏ । ଏହାର ଅଧିକ ପ୍ରଭାବ ଆଖି ତଳେ ପଡ଼ିଥିବା ନଜର ଆସେ ।

eyeଡାର୍କ ସର୍କଲ୍ସ କାରଣରୁ ଆଖି ଥକା ଥିବା ନଜର ଆସେ । ଏହି ଡାର୍କ ସର୍କଲ୍ସ ହେବାର ଅନେକ କାରଣ ରହିଛି, ଯେଉଁଥିରେ ଆଖି ଫୁଲିବା, ଏଲର୍ଜି, ଆଖିକୁ ଘଷିବା, ହର୍ମୋନାଲ ସମସ୍ୟା କିମ୍ବା ଜେନେଟିକ ସମସ୍ୟା ଥିଲେ ଏଭଳି ସମସ୍ୟା ଦେଖାଯାଇଥାଏ । ଏହି ପ୍ରକାରର ଡାର୍କ ସର୍କଲ୍ସ କମ କରିବା ପାଇଁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ ।

ସେହିଭଳି ଅଧିକାଂଶ ମାମଲାରେ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ଡାର୍କ ସର୍କଲ୍ସ ଦେଖାଯାଏ । ଆଖି ତଳେ କଳା ପଡ଼ିବା ବର୍ତ୍ତମାନ ସମୟରେ ଅତି ସାଧାରଣ କଥା ଏବଂ ଏହାର ମୁଖ୍ୟ କାରଣ ନିଦ କମ ହେବା ବା ଷ୍ଟ୍ରେସ ଅଧିକ ହେବା। ଏହା ବ୍ୟତୀତ କୋଲେଜନ ପ୍ରଡକ୍ସନ କମ ହେଉଥିବାରୁ ମଧ୍ୟ ଡାର୍କ ସର୍କଲ୍ସ ହୋଇଥାଏ । ତ୍ୱଚାରେ ଫାଟି ଟିସ୍ୟୁ ଥିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଏହାକୁ ଦୂର କରିବା ପାଇଁ ତ୍ୱଚାରେ ହାଇଡ୍ରେସନକୁ ଠିକ ରଖନ୍ତୁ । କାକୁଡ଼ି ଏବଂ ଅନ୍ୟାନ୍ୟ ଫଳ କୁ ଖାଇବା ଦ୍ୱାରା ଏହି ସମସ୍ୟାକୁ ଆପଣ କମ କରିପାରିବେ ।

dark-circlesଏସବୁ ବ୍ୟତୀତ ଦୈନନ୍ଦିନ ଜୀବନ ଶୈଳୀ ଠିକ ନହେବା ଦ୍ୱାରା ଡାର୍କ ସର୍କଲ୍ସ ହୋଇଥାଏ । ଖରାପ ଡାଇଜେସନ, ବ୍ଲଡ ସର୍କୁଲେସନ ଠିକ ଭାବେ ନହେବା, ନିଦ ନଆସିବା, ଆଇରନ କମ ହେବା, ଡିହାଇଡ୍ରେସନ କାରଣରୁ ମଧ୍ୟ ଆଖି ତଳ କଳା ପଡ଼ିଯାଇଥାଏ । ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିଦ ପୁରା କରିବା ସହ ସପ୍ତାହରେ ଦୁଇ ଥର ଷ୍ଟିମ୍, ହେଲଦି ଡାଏଟ ଏବଂ ଅଧିକ ରୁ ଅଧିକ ପାଣି ପିଇବା ଉଚିତ୍ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button