ସ୍ୱାସ୍ଥ୍ୟ

ଗ୍ରୀନ୍ ଟି ପିଉଥିଲେ, ସାବଧାନ!

ଆଜିର ବ୍ୟସ୍ତବହୁଳ ଲାଇଫ୍ ଷ୍ଟାଇଲରେ, ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହାନ୍ତି । ସେଥିପାଇଁ ତ ସାଧାରଣ ଲୋକମାନେ ଚା ବଦଳରେ ଗ୍ରୀନ୍ଟି ପିଇବାକୁ ପସନ୍ଦ କରୁଛନ୍ତି । ଏଥିରେ କୌଣସି ସନେ୍ଦହ ନାହିଁ ଯେ ଗ୍ରୀନଟି ଶରୀର ପାଇଁ ଖୁବ୍ ଉପକାରୀ । ଶରୀରକୁ ଡିଟକ୍ସ କରିବା ବ୍ୟତୀତ ଏହା ଓଜନକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଏହା ଚର୍ମ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ ଆପଣ ପିଉଥିବା ଗ୍ରୀନ୍ ଟି ମଧ୍ୟ ଆପଣଙ୍କୁ କ୍ଷତି ପହଂଚାଇପାରେ । କାରଣ ସମସ୍ତେ ଜାଣନ୍ତି କୌଣସି ଜିନିଷ ଅଧିକ ବ୍ୟବହାର କରିବା ହିଁ ଖରାପ । ତେବେ ଆପଣ ଅତ୍ୟଧିକ ମାତ୍ରାରେ ଗ୍ରୀନ୍ ଟିର ସେବନ କରୁଛନ୍ତି କି । ଯଦି କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଆସନ୍ତୁ ଜାଣିବା ଅଧିକ ଗ୍ରୀନ୍ ଟି ଅଧିକ ପିଇଲେ କଣ କ୍ଷତି ହୁଏ ।
୧. ଯଦି ଆପଣ ଗୋଟିଏ ଦିନରେ ୨-୩ କପରୁ ଅଧିକ ଗ୍ରୀନ୍ ଟି ପିଉଛନ୍ତି, ତେବେ ଏହା ମୁଣ୍ଡବିନ୍ଧାର କାରଣ ହୋଇପାରେ । ଏଥିରେ ମିଳୁଥିବା କଫିନ୍ , ମାଇଗ୍ରେନ୍ ସମସ୍ୟାର କାରଣ ବି ହୋଇପାରେ ।
୨. ଅତ୍ୟଧିକ ଗ୍ରୀନ୍ ଟି ପିଇବା ଦ୍ୱାରା ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ମଧ୍ୟ ନଷ୍ଟ କରିପାରେ । ଯେଉଁଥିପାଇଁ ପେଟରେ ଯନ୍ତ୍ରଣା, ଅନୁଭବ ହୋଇଥାଏ ।
୩. ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ନିଦ ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଅତ୍ୟଧିକ ଗ୍ରୀନ୍ ଟି ଶରୀରରେ ଥିବା ମେଲାଟୋନିନ୍ ହରମୋନର ସନ୍ତୁଳନକୁ ବିଗାଡି ଥାଏ । ଯାହାଦ୍ୱାରା ନିଦ୍ରାହୀନତା ସମସ୍ୟା ହୋଇପାରେ ।
୪. ଏହାକୁ ଅଧିକ ପରିମାଣରେ ପିଇବା ଦ୍ୱାରା ବାନ୍ତି ଲାଗିପାରେ । ଗ୍ରୀନ୍ ଟିରେ ଟେନିନ୍ ର ପରିମାଣ ଅଧିକ ଥିବାରୁ ଏହା ବାନ୍ତିର କାରଣ ହୋଇଥାଏ ।
୫. ଅତ୍ୟଧିକ ଗ୍ରୀନ୍ଟି ପିଇଲେ ଆପଣଙ୍କ ରକ୍ତଚାପ ମଧ୍ୟ କମିଯାଏ ।

ମନେ ରଖନ୍ତୁ ଦିନର ଆରମ୍ଭ ଗ୍ରୀନ୍ ଟିରୁ କେବେ ବି କରିବେ ନାହିଁ । ଆବଶ୍ୟକତାରୁ ଅଧିକ ଗ୍ରୀନ୍ ଟି ପିଇବା ଦେଇଥାଏ ଷ୍ଟ୍ରେସ୍ । ସେହିପରି ଖାଇବାର ତୁରନ୍ତ ପରେ ଏହାକୁ ପିଅନ୍ତୁ ନାହିଁ । ଗ୍ରୀନ୍ ଟିକୁ ବିଲକୁଲ ଔଷଧ ସହ ପିଅନ୍ତୁ ନାହିଁ । ଆଉ ଗ୍ରୀନ୍ ଟି ବ୍ୟାଗକୁ ଥରେ ବ୍ୟବହାର କରିସାରିବା ପରେ ଦ୍ୱତୀୟଥର ବ୍ୟବହାର କରନ୍ତୁ ନାହିଁ । ଗ୍ରାନ୍ ଟି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ଯଦି ଆପଣ ଏହାକୁ ସଠିକ୍ ଉପାୟରେ ଏବଂ ସଠିକ୍ ପରିମାଣରେ ଖାଉଛନ୍ତି । ଏହାର ତ୍ରୁଟିପୂର୍ଣ୍ଣ ବ୍ୟବହାର ଶରୀରକୁ କ୍ଷତି ପହଂଚାଇ ଥାଏ । ତେଣୁ, ଯଦି ଆପଣ ସୁସ୍ଥ ରହିବାକୁ ପାନୀୟରେ ଗ୍ରୀନ୍ ଟି ଅନ୍ତଭୁକ୍ତ କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button