ଖେଳ ଖବର
ଟେଷ୍ଟ୍ ମାନ୍ୟତା: ଅଶ୍ବିନ ଶୀର୍ଷରେ ସ୍ଥିର – Kalinga News

[ad_1]
ଦୁବାଇ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବୁଧବାର ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କ ସାଥୀ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଗୋଟିଏ ସ୍ଥାନ ଉଠି ଚତୁର୍ଥରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଅଶ୍ବିନଙ୍କ ପଏଣ୍ଟ ସଂଖ୍ୟା ୮୫୩ରେ ପହଞ୍ଚିଥିଲା। ଏହି ପରାଜୟ ମ୍ୟାଚ୍ରେ ବୁମ୍ରା ଅଧଡଜେନ ୱିକେଟ୍ ନେଇଥିଲେ। ତୃତୀୟ ଭାରତୀୟ ଭାବେ ରବୀନ୍ଦ୍ର ଜାଡ଼େଜା (ଷଷ୍ଠ) ଶୀର୍ଷ ୧୦ରେ ରହିଛନ୍ତି। ଅଲ୍ରାଉଣ୍ଡରରେ ଜାଡ଼େଜା ଓ ଅଶ୍ବିନ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ଅକ୍ଷର ପଟେଲ ଗୋଟିଏ ସ୍ଥାନ ଖସି ଷଷ୍ଠରେ ଅଛନ୍ତି। ବ୍ୟାଟିଂରେ ବିରାଟ କୋହଲି ଷଷ୍ଠରେ ଥିଲା ବେଳେ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନ୍ ଓ ଇଂଲଣ୍ଡର ଜୋ ରୁଟ୍ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
[ad_2]