ଖେଳ ଖବର

ପଡ଼ିଆରେ ବିବାଦ: ଅମ୍ପାୟରଙ୍କ ଆଡ଼କୁ ମାଡ଼ି ଆସିଲେ ଶ୍ରୀଲଙ୍କା ଟିମ, ଭିଡ଼ିଓ ଭାଇରାଲ – Kalinga News

[ad_1]

ସେଲହେଟ: ବାଂଲାଦେଶ ଏବଂ ଶ୍ରୀଲଙ୍କା ଟିମ୍ ମଧ୍ୟରେ ବିଶ୍ବକପ ୨୦୨୩ରେ ବିବାଦ ଦେଖିବାକୁ ମିଳିଥିଲା। ଏବେ ପୁଣି ସମାନ ଘଟଣା ଘଟିଛି। ବିବାଦକୁ ନେଇ ଶ୍ରୀଲଙ୍କା ଟିମ୍ ଫିଲ୍ଡ ଅମ୍ପାୟରଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ ଖେଳାଯାଉଛି। ସିରିଜର ଦ୍ବିତୀୟ ମ୍ୟାଚ୍ ବୁଧବାର ଖେଳାଯାଇଥିଲା। ବାଂଲାଦେଶ ବ୍ୟାଟିଂ କରୁଥିଲା। ଦଳର ବ୍ୟାଟ୍ସମ୍ୟାନ ସୌମ୍ୟା ସରକାର କ୍ରିଜ୍ ରେ ଥିଲେ। ବୋଲିଂ କରୁଥିବା ଶ୍ରୀଲଙ୍କାର ‌‌ବୋଲର ବେନୁରା ଫର୍ନାଡୋ ଆଉଟ୍ ଅପିଲ କରିଥିଲେ। ଏହା ପରେ ଫିଲ୍ଡ ଅମ୍ପାୟର ସୌମ୍ୟାଙ୍କୁ ଆଉଟ କରିଥିଲେ। ସୌମ୍ୟା ଏହାର ରିଭ୍ୟୁ ଅନୁରୋଧ କରିଥିଲେ। ଟିଭି ଅମ୍ପାୟର ମସୁଦୁର ରହେମାନ ଫିଲ୍ଡ ଅମ୍ପାୟରଙ୍କ ଆଉଟ ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲେ। ଫଳରେ ସୌମ୍ୟା ନଟ୍ ଆଉଟ ହୋଇଥିଲେ। ଏହା ପରେ ଶ୍ରୀଲଙ୍କା ଟିମ୍ ଥାର୍ଡ ଅମ୍ପାୟରଙ୍କ ଏହି ନିଷ୍ପତ୍ତିକୁ ନେଇ ବିବାଦ ଆରମ୍ଭ କରିଥିଲା। ଥାର୍ଡ ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ଟିମ୍ ଶ୍ରୀଲଙ୍କା ଅସନ୍ତୋଷ ପ୍ରକାଶ କରିଥିଲା। ଶ୍ରୀଲଙ୍କା ଅଧିନାୟକ ଚୈରିଥ ଆସାଲଙ୍କା ଏବଂ ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡ୍ ଏହାକୁ ନେଇ କ୍ରୋଧ ପ୍ରକାଶ କରିଥିଲେ। ଶ୍ରୀଲଙ୍କା ଟିମ୍ ସହାୟକ କୋଚ୍ ନବୀଦ ନୱାଜ ମଧ୍ୟ ଟିଭି ଅମ୍ପାୟରଙ୍କ ନିଷ୍ପତ୍ତି ନେଇ ଅ‌ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଖାଯାଇଥିବା ଫୁଟେଜ ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଥିଲେ।

ଶ୍ରୀଲଙ୍କା ୫ ୱିକେଟରେ ୧୬୫ ରନ କରିଥିଲା। ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୬୬ ଥିଲା। ବାଂଲାଦେଶ ୨ ୱିକେଟ ହରାଇ ୧୭୦ ରନ କରି ମ୍ୟାଚ୍କୁ ୮ ୱିକେଟରେ ଜିତିଥିଲା। ଫଳରେ ୩ ଟିକିଆ ଟି-୨୦ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା‌ବେଳେ ଏବେ ତୃତୀୟ ମ୍ୟାଚ୍ ଉପରେ ଦୁଇ ଦଳର ନଜର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button