ଚୋରି କରି ନେଇଥିବା ମେଡେଲ ଫେରାଇ ଚୋର ସିନେନିର୍ମାତାଙ୍କୁ ଲେଖିଲା ଏଭଳି ଚିଠି – Kalinga News

[ad_1]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଘଟଣା, ଦୁର୍ଘଟଣା, ହୃଦୟବିଦାରକ, ହୃଦୟସ୍ପର୍ଶୀ ଓ ଆଶ୍ଚର୍ଯ୍ୟଜନକ ଘଟଣାମାନ ସାମ୍ନାକୁ ଆସିଥାଏ। ସମୟସମୟରେ ଆମେ ସିନେମା ବା ଧାରାବାହିକରେ ଯେଉଁଭଳି କାଳ୍ପନିକ ଘଟଣା ଦେଖିଥାଉ ସମାନ ଘଟଣା ବାସ୍ତବ ଜୀବନରେ ବି ଘଟିଥାଏ। ନିକଟରେ ଜଣେ ନିର୍ଦ୍ଦେଶକଙ୍କ ସହିତ ଘଟିଥିବା ଘଟଣା ଉଭୟ ହୃଦୟସ୍ପର୍ଶୀ ଓ ଆଶ୍ଚର୍ଯ୍ୟଜନକ ରହିଛି। ଏହି ଘଟଣା ଚର୍ଚ୍ଚାର ପରିସରରେ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ସିନେମା ନିର୍ଦ୍ଦେଶକ ଏମ ମଣିକନ୍ଦନ ତାଙ୍କ ପରିବାର ସହିତ ଛୁଟି କାଟିବା ପାଇଁ ଚେନ୍ନାଇ ଯାଇଥିଲେ। ଏହି ସମୟରେ କିଛି ଚୋର ମଣିକନ୍ଦନଙ୍କ ଘରେ ପଶି ନଗଦ ଟଙ୍କା, ସୁନା ଚୋରି କରି ନେଇଥିଲେ। ଏହି ଚୋରି ସାମଗ୍ରୀ ମଧ୍ୟରେ ମଣିକନ୍ଦନଙ୍କୁ ନ୍ୟାସନାଲ ସିନେମା ଆୱାର୍ଡରେ ମିଳିଥିଲା ମେଡେଲ ବି ଥିଲା।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଚୋରି କରିବା ପରେ ଚୋରର ମନ ବଦଳି ଯାଇଥିଲା। ସେ ମଣିକନ୍ଦନଙ୍କୁ ଘରକୁ ଆସି ସମସ୍ତ ମେଡେଲ ଫେରାଇ ଦେଇ ଏକ ଚିଠି ଛାଡ଼ି ଚାଲି ଯାଇଥିଲା। ଏହି ଚିଠିରେ ଉଲ୍ଲେଖ ଥିଲା, ‘ସାର ଆମକୁ କ୍ଷମା କରିଦେବେ। ଆପଣଙ୍କ ପରିଶ୍ରମ ଆପଣଙ୍କର।’
ଘରକୁ ଫେରିବା ପରେ ମଣିକନ୍ଦନ ଘରେ ଚୋରି ହୋଇଥିବା ଜାଣି ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ତଦନ୍ତ ଆରମ୍ଭ କରି ଚୋରକୁ ଧରିବାକୁ ଚେଷ୍ଟା କରୁଛି।
[ad_2]