ଇଡି, ସିବିଆଇ ଭୟରେ ବିଜେପି ପାଖରେ ବିଜେଡି ନିଜକୁ ସମର୍ପିତ କରିଛି: ଶରତ ପଟ୍ଟନାୟକ – Kalinga News

[ad_1]
ଲୋକଙ୍କ ଆଶୀର୍ବାଦରୁ କଂଗ୍ରେସର ୯ରୁ ୯୦ ମିସନ ସଫଳ ହେବ: ଶତର ପଟ୍ଟନାୟକ
ଭୁବନେଶ୍ବର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ସହିତ ବିଜେପିର ମେଣ୍ଟ ନେଇ କିଛି ଦିନ ହେଲା ଚର୍ଚ୍ଚା ଜୋର୍ ଧରିଥିବା ବେଳେ ପିସିସି ସଭାପତି ଶରତ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସ୍ୱାର୍ଥରେ ନୁହେଁ, ନିଜ ସ୍ୱାର୍ଥ ପାଇଁ ବିଜେପି ସହ ବିଜେଡି ମେଣ୍ଟ କରୁଥିବା କହିଲେ ଶରତ ପଟ୍ଟନାୟକ କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ସଂସ୍ଥା (ସିବିଆଇ) ଭୟରେ ଏହି ମେଣ୍ଟ ହେଉଥିବା ଓଡ଼ିଶାର ଲୋକେ ଜାଣି ସାରିଛନ୍ତି। ତେଣୁ ମେଣ୍ଟ ହେଲେ ବି ଆଗାମୀ ନିର୍ବାଚନରେ କୌଣସି ଫରକ ପଡ଼ିବନି ।

Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ୨୫ବର୍ଷର ଶାସନକାଳ ମଧ୍ୟରେ ବିଜେଡି ଦୁର୍ନୀତିରେ ବୁଡ଼ି ରହିଛି। ଲୋକଙ୍କ ହିତ ପାଇଁ କୌଣସି କାର୍ଯ୍ୟ କରି ନାହିଁ । ଚିଟ୍ ଫଣ୍ଡ ଦୁର୍ନୀତିଠୁ ଆରମ୍ଭ କରି ଖଣି, ପାଣି ସବୁଥିରେ ଦୁର୍ନୀତି କରିଆସିଛି। ତେଣୁ ଇଡି ଓ ସିବିଆଇ ଭୟ ବିଜେଡିକୁ ଘାରିଛି। ସେଥିପାଇଁ ବିଜେପି ପାଖରେ ବିଜେଡି ନିଜକୁ ସମର୍ପିତ କରିଛି। ଜଣେ ଦୋଷୀ ଯେପରି ଆତ୍ମସମର୍ପଣ କରେ ଠିକ୍ ସେହିଭଳି ଆଜି ମୋଦୀଙ୍କ ପାଖରେ ଆତ୍ମସମର୍ପଣ କରିଛି ବିଜେଡି। ନିଜ ସ୍ୱାର୍ଥ ପାଇଁ ଏଠି ରାଜନୀତି ଚାଲିଛି।
ଆଗାମୀ ଦିନରେ ଲୋକଙ୍କ ଆଶୀର୍ବାଦରୁ କଂଗ୍ରେସର ୯ରୁ ୯୦ ମିସନ ସଫଳ ହେବ। ଓଡ଼ିଶାରେ କଂଗ୍ରେସ ସରକାର ଗଢ଼ିବ। ସେପଟେ ବହୁ ବିଜେପି ଓ ବିଜେଡି ନେତା କଂଗ୍ରେସ ସହିତ ସଂପର୍କରେ ଥିବା ସେ କହିଛନ୍ତି।
[ad_2]