ବିଷ ଖାଇ ଦେଇଛି ଭାଇ… ଦୟାକର ମୋ ଜୀବନ ବଞ୍ଚାଇ ଦିଅ – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ଭଲରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ଯୁବକ ବିଷାକ୍ତ ପଦାର୍ଥ ପିଇ ଦେଇଥିଲେ। କିଛିସମୟ ପରେ ଯୁବକ ଜଣକ ଭୟଭୀତ ହୋଇ ହସ୍ପିଟାଲରେ ପହଞ୍ଚି ବଞ୍ଚାଇବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, କେଲାଦେବୀ ଥାନା ଅଧୀନସ୍ଥ ରାୟପୁର ଗ୍ରାମରେ ୨୪ବର୍ଷୀୟ ସତେନ୍ଦ୍ର ଘରେ କଳି ଲାଗିବାରୁ ରାଗରେ ବିଷ ପିଇ ଦେଇଥିଲେ। ବିଷାକ୍ତ ପଦାର୍ଥ ଯେତେବେଳେ ଶରୀର ଭିତରକୁ ଯାଇ ତାହାର ପ୍ରଭାବ ଦେଖାଇଥିଲା ସତେନ୍ଦ୍ର ଭୟଭୀତ ହୋଇଯାଇଥିଲେ।
ସେ ଜୀବନ ବିକଳରେ ଦୌଡ଼ିଦୌଡ଼ି ହସ୍ପିଟାଲ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ସେ ଯାହାଙ୍କୁ ଦେଖିଥିଲେ ଜୀବନ ବଞ୍ଚାଇବାକୁ ଗୁହାରି କରି କହୁଥିଲେ, ‘ଏ ଭାଇ ମୋତେ ବଞ୍ଚାଇ ଦେ… ମୁଁ ବିଷ ପିଇ ଦେଇଛି.. ମୋର ଶୀଘ୍ର ଚିକିତ୍ସା କର ଆଉ ବଞ୍ଚାଇ ଦିଅ।’
ସତେନ୍ଦ୍ରଙ୍କୁ ଏଭଳି ଆକୁଳ ହେବା ଦେଖି ହସ୍ପିଟାଲ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରି ବିଷାକ୍ତ ପଦାର୍ଥକୁ ନଷ୍ଟ କରିବା ପାଇଁ ଔଷଧ ଓ ଇନଜେକସନ ଦେଇଥିଲେ। ଏହାପରେ ଉତ୍ତମ ଚିକିତ୍ସା ପାଇଁ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏବେ ବି ସତେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନାହିଁ। ଚିକିତ୍ସା ଚାଲିଛି।
ଏହି ଘଟଣାକୁ ନେଇ ସତେନ୍ଦ୍ରଙ୍କ ବାପା କହିଛନ୍ତି, ‘୪ବର୍ଷ ହେବ ପୁଅର ମାନସିକ ଅବସ୍ଥା ଭଲ ନଥିଲା। ସେ ଛୋଟଛୋଟ କଥାରେ ବିଷ ଖାଇ ଦେବା ପାଇଁ ଧମକ ଦେଇଥାଏ। କିନ୍ତୁ ସେ ଏଥର ସତରେ ଖାଇ ଦେଇଛି। ଭଗବାନଙ୍କୁ ପ୍ରାର୍ଥନା ମୋ ପୁଅକୁ ଭଲ କରି ଦିଅନ୍ତୁ।’
[ad_2]




