ରାଜନୀତି

ଫେବ୍ରୁଆରି ୧୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ ନୀତୀଶ ସରକାର – Kalinga News

[ad_1]

ପଟନା: ବିହାରରେ ଗଠିତ ନୂଆ ଏନଡିଏ ସରକାର  ଆସନ୍ତା ଫେବ୍ରୁଆରି ୧୨ରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ । ତେବେ ବିଶେଷଜ୍ଞଙ୍କ ମତରେ ଏହି ଫ୍ଲୋର ଟେଷ୍ଟ ସମୟରେ ସରକାରଙ୍କୁ କୌଣସି ଅସୁବିଧା ହେବ ନାହିଁ, କାରଣ ଏନଡିଏ ସରକାର ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ଅଛନ୍ତି ।

ସେପଟେ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି ଯେ ଏଥର ବିହାର ବିଧାନସଭାର ବଜେଟ ଅଧିବେଶନ ଫେବୃଆରୀ ୧୫ରୁ ଆରମ୍ଭ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷର ବଜେଟ୍ ଅଧିବେଶନ ଫେବ୍ରୁଆରି ୨୯ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ସେହିପରି ବିହାରର ଆଡଭୋକେଟ ଜେନେରାଲ ନିଯୁକ୍ତିର କ୍ଷମତା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦିଆଯାଇଛି । ବିହାରରେ ଆଡଭୋକେଟ ଜେନେରାଲ କିଏ ହେବେ, ମୁଖ୍ୟମନ୍ତ୍ରୀ ଚୟନ କରିବେ । ପିକେ ସାହି ହେଉଛନ୍ତି ବିଦାୟୀ ଆଡଭୋକେଟ ଜେନେରାଲ । ନୂଆ ସରକାର ଗଠନ ହେଲେ ରାଜ୍ୟରେ ଆଡଭୋକେଟ ଜେନେରାଲଙ୍କୁ ମଧ୍ୟ ପୁନଃ ନିଯୁକ୍ତି ଦିଆଯାଏ ।

ବିହାରରେ ସରକାର ଗଠନ ପାଇଁ ଗୋଟିଏ ରାଜନୈତିକ ଦଳକୁ ମୋଟ ୨୪୩ ଆସନ ମଧ୍ୟରୁ ୧୨୨ ଆସନ ଦରକାର। ବିହାରରେ ମହାମେଣ୍ଟର ସମୁଦାୟ ୧୫୯ ବିଧାୟକ ଥିଲେ। ଜେଡିୟୁ ଏନଡିଏ ଶିବିରକୁ ଆସିବା ପରେ ଏହାର ବିଧାୟକ ସଂଖ୍ୟା ୧୨୭କୁ ବୃଦ୍ଧି ପାଇଛି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button