ଅପରାଧ

‘ଓୟୋ’ ହୋଟେଲ୍‌ରେ ମହିଳା ଇଞ୍ଜିନିୟର୍‌ଙ୍କୁ ଗୁଳି ମାରି ହତ୍ୟା କଲେ ବୟଫ୍ରେଣ୍ଡ୍‌ – Kalinga News

[ad_1]

ପୁଣେ: ପୁଣେରେ ଥିବା ଗୋଟାଏ ହୋଟେଲ୍‌ରେ ଜଣେ ମହିଳା ଆଇଟି ଇଞ୍ଜିନିୟର୍‌ଙ୍କୁ ତାଙ୍କ ବୟଫ୍ରେଣ୍ଡ୍‌ ଗୁଳି କରି ମାରି ହତ୍ୟା କରିଥିବା କଥା ରବିବାର ଦିନ ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ପିମ୍ପ୍‌ରୀ ଚିଞ୍ଚ୍‌ୱଡ଼ ଅନ୍ତର୍ଗତ ହିଞ୍ଜୱାଡ଼ୀ ଅଞ୍ଚଳରେ ଅବସ୍ଥିତ ଓୟୋ ଟାଉନ୍‌ ହାଉସ୍‌ ହୋଟେଲ୍‌ରେ ଶନିବାର ଦିନ ଏହି ଘଟଣା ଘଟିଥିଲା।

ପୁଲିସ କହିଛି, ଅଭିଯୁକ୍ତ ଋଷଭ ନିଗମଙ୍କୁ ମୁମ୍ବାଇରେ ଗିରଫ କରାଯାଇଛି। ତାଙ୍କ ଘର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ନିହତ ମହିଳା ହେଉଛନ୍ତି ବନ୍ଦନା ଦିବେଦୀ। ସେ ହିଞ୍ଜୱାଡ଼ୀସ୍ଥିତ ଏକ ଖ୍ୟାତନାମା ଆଇଟି ଫାର୍ମରେ କାମ କରୁଥିଲେ।

Image Courtesy of India.com

ଉଭୟ ୧୦ ବର୍ଷ ହେବ ପରସ୍ପରଙ୍କୁ ଜାଣିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ବନ୍ଦନାଙ୍କୁ ଭେଟିବା ଲାଗି ଋଷଭ ପୁଣେ ଆସିଥିଲେ। ଜାନୁଆରି ୨୫ ତାରିଖରୁ ହିଞ୍ଜୱାଡ଼ୀସ୍ଥିତ ଉକ୍ତ ହୋଟେଲ୍‌ରେ ରୁମ୍‌ ବୁକ୍‌ କରି ରହୁଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ବନ୍ଦନାର ଚରିତ୍ର ଉପରେ ଋଷଭଙ୍କର ସନ୍ଦେହ ହୋଇଥିଲା। ତେଣୁ, ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଋଷଭ ପୁଣେ ଆସିଥିଲେ।

ସିସିଟିଭି ଫୁଟେଜ୍‌ରେ ଦେଖାଯାଉଛି ଶନିବାର ରାତି ପ୍ରାୟ ୧୦ଟା ବେଳେ ଋଷଭ ହୋଟେଲ୍‌ ରୁମ୍‌ ଛାଡୁଛନ୍ତି। ସମ୍ଭବତଃ ସେତେବେଳକୁ ସେ ବନ୍ଦନାଙ୍କୁ ଗୁଳି ମାରି ହତ୍ୟା କରିସାରିଥିଲେ। ଏହା ପରେ ଋଷଭ ମୁମ୍ବାଇ ଚାଲି ଆସିଥିଲେ।

ବନ୍ଦନାଙ୍କ ଶବ ଉଦ୍ଧାର କରାଯାଇଥିବା ହୋଟେଲ୍‌ ରୁମ୍‌କୁ ପୁଲିସ ସିଲ୍‌ କରିଛି। ତାଙ୍କୁ ହତ୍ୟା କରିବା ଲାଗି ଋଷଭ କେଉଁଠୁ ପିସ୍ତଲ୍‌ ଆଣିଲେ, ସେ ବିଷୟରେ ପୁଲିସ ତଦନ୍ତ ଚଳାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button