ସ୍ୱାସ୍ଥ୍ୟ

ଆଙ୍ଗୁଠି ଫୁଟାଇବାରେ ଆପଣଙ୍କୁ ମଜା ଲାଗୁଛି ତ ? ଜାଣିନିଅନ୍ତୁ ଏହାର ପରିଣାମ ବିଷୟରେ

କିଛି ଲୋକଙ୍କୁ ଆପଣ ଅନୁଧ୍ୟାନ କରିଥିବେ ଯେ ସେମାନେ ନିଜ ଆଙ୍ଗୁଠି ଓ ବେକକୁ ବାରମ୍ବାର ଫୁଟାଇବାରେ ନଜର ଆସିଥାନ୍ତି ଓ ଏମିତି କରିବା ସେମାନଙ୍କର ଅଭ୍ୟାସ ହୋଇଯାଇଥାଏ। କିନ୍ତୁ ଏହି ସବୁକୁ ଯଦି ଆପଣ ବାରମ୍ବାର କରୁଛନ୍ତି ତାହେଲେ ଏହା ଆପଣଙ୍କ ଶରୀର ଉପରେ ଗମ୍ଭୀର ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।

ଆପଣ ବହୁତଥର ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଶୁଣିଥିବେ କି, ଆଙ୍ଗୁଠି ଫୁଟାଇବାକୁ ସେମାନେ ମନା କରିଥାନ୍ତି। କାରଣ ଏମିତି କରିବାଦ୍ୱାରା ସେମାନେ ମାନିଥାନ୍ତି କି, ଘରେ ଅଶାନ୍ତି ଦେଖାଦିଏ ଓ ମାତା ଲକ୍ଷ୍ମୀ ତାଙ୍କ ଉପରେ ଖୋଭ ପ୍ରକାଶ କରିଥାଆନ୍ତି। ସେମାନେ ଏହିସବୁ କଥା ଆପଣଙ୍କୁ ଧର୍ମ ଆଧାରରେ କହିଥାନ୍ତି। ଆଙ୍ଗୁଠି ଫୁଟାଇବା ଧର୍ମ ଓ ବୈଜ୍ଞାନିକ ଦୃଷ୍ଟିରୁ ବହୁତ ଖରାପ ଅଟେ।

1. ଯଦି ଆପଣ ବାରମ୍ବାର ଆଙ୍ଗୁଠି ଫୁଟାଉଛନ୍ତି ତାହେଲେ ଆପାଣଙ୍କ ଆଙ୍ଗୁଠିରେ ଥିବା ସଫ୍ଟ ଟିସୁ ହ୍ରାସ ପାଇଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କ ଆଙ୍ଗୁଠି ଉପରେ ଖରାପ ପ୍ରଭାବ ପଡ଼େ। ସେଥିପାଇଁ ଏହି ଖରାପ ଅଭ୍ୟାସକୁ ଯେତେ ଜଲଦି ହେବ ଛାଡ଼ନ୍ତୁ।

2. ଅଙ୍ଗୁଠିକୁ ଅଧିକ ଫୁଟାଇବା ଦ୍ୱାରା ଅର୍ଥରାଇଟସ ହୋଇପାରେ। ଅତ୍ୟଧିକ ଆଙ୍ଗୁଠି ଫୁଟାଇବା ଦ୍ୱାରା ହାଡ଼ ମାନଙ୍କ ମଧ୍ୟରେ ଥିବା ବଳ ଶେଷ ହୋଇଥାଏ ଓ ଏହାକୁ ଅର୍ଥରାଇଟ୍ସ ବୋଲି କୁହାଯାଏ।

3. ବାରମ୍ବାର ଆଙ୍ଗୁଠିକୁ ଫୁଟାଇବା ଦ୍ୱାରା ହାଡ଼ ମାନଙ୍କ ଉପରେ ନେଗେଟିଭ ପ୍ରଭାବ ପଡ଼େ। ଭବିଷ୍ୟତରେ ଆପଣଙ୍କ ହାତରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ ଓ ହାତରେ ବଳ କମିଯାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button