ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ – Kalinga News

[ad_1]
ପାଟନା : ରେକର୍ଡ ନବମ ଥର ପାଇଁ ନୀତୀଶ କୁମାର ଆଜି ବିହାର ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ଶପଥ ନେଇଛନ୍ତି। ନୀତୀଶଙ୍କ ସହ ଆଜି ବିଜେପି ନେତା ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜୟ କୁମାର ଚୌଧରୀ, ବିଜେନ୍ଦ୍ର ପ୍ରସାଦ ଯାଦବ ଏବଂ ଶ୍ବରନ କୁମାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଜେପି ନେତା ଡକ୍ଟର ପ୍ରେମ କୁମାର, ହିନ୍ଦୁସ୍ତାନୀ ଅୱମ ମୋର୍ଚା (ସେକ୍ୟୁଲାର) ସଭାପତି ଡକ୍ଟର ସନ୍ତୋଷ ସୁମନ ଏବଂ ସ୍ବାଧୀନ ବିଧାୟକ ସୁମିତ କୁମାର ସିଂହ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାାବେ ଶପଥ ନେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ସମ୍ରାଟ ଚୌଧରୀ ଏବଂ ବିଜୟ ସିହ୍ନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରରେ ଗଠନ ହୋଇଥିବା ଏନଡିଏ ସରକାର ରାଜ୍ୟରେ ବିକାଶ ପାଇଁ କାମ କରିବ। ନୂଆ ସରକାର ଲୋକଙ୍କର ଆଶା ପୂରଣ କରିବ। ମୋଦୀ କହିଛନ୍ତି, ଉକ୍ତ ଟିମ୍ ରାଜ୍ୟରେ ମୋ ପରିବାର ସଦସ୍ୟଙ୍କର ଭଲ ଭାବେ ସେବା ଦେବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ
[ad_2]




