ଦେଶ- ବିଦେଶ

ବିବାହରେ ସ୍ତ୍ରୀ ଠାରୁ ସ୍ୱାମୀଙ୍କ ବୟସ କମ କି ଅଧିକା ରହିବା ଭଲ….ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ବୟସ ଗ୍ୟାପ କେତେ ରହିଲେ ସଂସାର ଭଲରେ ଚାଲିଥାଏ?

ହିନ୍ଦୁ ଧର୍ମରେ ଅନୁଯାୟୀ ବିବାହ ପାଇଁ ବର ର ବୟସ ସର୍ବଦା କନ୍ୟାର ବୟସ ଠାରୁ ଅଧିକ ହେବା ଉଚିତ । ଏକ ସୁସ୍ଥ ପରିବାର ଗଠନ କରିବା ପାଇଁ ସବୁବେଳେ ପୁଅ ଝିଅ ଠାରୁ ବଡ ହେବା ଆବଶ୍ୟକ । ମାତ୍ର ଏହା କେତେ ଦୂର ଠିକ ଆଉ କେତେ ଦୂର ଭୁଲ । କଣ ଝିଅ ବଡ ହେଲେ ବୈବାହିକ ଜୀବନ ଶୁଖମୟ ହୋଇ ପାରିବ ନାହିଁ ।

ଭାରତୀୟ ଦଣ୍ଡ ସଂହିତା ରେ କୌଣସି ଆଇନଗତ ଅଧିକ ବୟସ ପାର୍ଥକ୍ୟ ନାହିଁ । ତଥାପି ବିବାହ ଅଧିନିୟମ ୧୯୫୫ ଅନୁଯାୟୀ, ପୁରୁଷ ୨୧ ଏବଂ ମହିଳା ୧୮ ବର୍ଷ ହେବା ଉଚିତ୍ । ୨୧ ବର୍ଷରୁ କମ୍ ବ୍ୟକ୍ତିଙ୍କ ବିବାହ ବେଆଇନ୍। ବିବାହ ସମୟରେ, ସ୍ୱାମୀ-ସ୍ତ୍ରୀ ମଧ୍ୟରେ ୧୦-୧୫ ବର୍ଷର ପାର୍ଥକ୍ୟ ସାଧାରଣ ଭାବରେ ବିବେଚନା କରାଯାଏ ଏବଂ ସ୍ବାମୀ ସ୍ତ୍ରୀଠୁ ବଡ ହେବା ଜରୁରୀ । କିନ୍ତୁ ଯଦି ଆମେ ବାସ୍ତବରେ ଦେଖିବା ଆମ ସମାଜରେ ଅନେକ ସଫଳ ଦମ୍ପତ୍ତୀ ଅଛନ୍ତି ଯେଉଁଠି ପତ୍ନୀଙ୍କ ବୟସ ସ୍ବାମୀଙ୍କଠୁ ଅଧିକ । ତେଣୁ ଏଥିରେ ପ୍ରଶ୍ନ ଆସିବ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଉଚିତ ବୟସ ଅନ୍ତର କେତେ ହେବା ଆବଶ୍ୟକ ।

ସାଧାରଣତଃ ପ୍ରେମ ଅନ୍ଧ ବୋଲି କୁହାଯାଏ । ଏପରିକି ମହିଳାଙ୍କ ହୃଦୟରେ କେଉଁ ପୁରୁଷ ରହିବେ ଏବଂ କେଉଁ ପୁରୁଷଙ୍କ ହୃଦୟରେ କେଉଁ ମହିଳା ରହିବେ ଏହା କେହି କହି ପାରିବେ ନାହିଁ । କିନ୍ତୁ ଆଜି ଆମେ ଆଲୋଚନା କରିବା, ବିଜ୍ଞାନ ଅନୁଯାୟୀ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ହେବା ଜରୁରୀ । ବିଜ୍ଞାନରେ ପୁରୁଷ ଏବଂ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଉଭୟଙ୍କ ବୟସ କେତେ ହେବା ଆବଶ୍ୟକ ତାହା ଆମେ ଆଲୋଚନା କରିବା। ପୁରୁଷ ଏବଂ ମହିଳାମାନେ କେବଳ ନିଜ ଶରୀରରେ ହରମୋନ ପରିବର୍ତ୍ତନ ହେଲେ ହିଁ ଯୌନ ସମ୍ପର୍କ ରଖିବାକୁ ସକ୍ଷମ ହୋଇଥାନ୍ତି ।

ମହିଳାଙ୍କ ଶରୀରରେ ହରମୋନ ର ପରିବର୍ତ୍ତନ ୭ ରୁ ୧୩ ବର୍ଷ ବୟସରେ ହୁଏ । ସେହିପରି ପୁରୁଷଙ୍କ ଏହି ପରିବର୍ତ୍ତନ ୯ ରୁ ୧୪ ବର୍ଷ ବୟସରେ ହୋଇଥାଏ । ଅର୍ଥାତ ଏହି ହରମୋନ ମହିଳାଙ୍କ ଶରୀରରେ ପୁରୁଷଙ୍କ ତୁଳନାରେ ଶୀଘ୍ର ହୋଇଥାଏ । ଏହି କାରଣରୁ ସେମାନେ ପୁରୁଷଙ୍କ ଅପେକ୍ଷା ଶୀଘ୍ର ଯୌନ ସମ୍ପର୍କ ରଖିବାକୁ ସକ୍ଷମ ହୋଇଥାନ୍ତି ।

କିନ୍ତୁ ଏହି ହରମୋନାଲ ପରିବର୍ତ୍ତନର ମାନେ ନୁହେଁ ଯେ ଛିଅ କିମ୍ବା ପୁଅକୁ ଜଲ୍ଦି ବିବାହ କରିବାକୁ ହେବ । ବିଶ୍ବର ଅନେକ ଦେଶରେ ଶାରୀରିକ ସମ୍ପର୍କ ପାଇଁ ସର୍ବନିମ୍ନ ବୟସ ସ୍ଥିର କରିଛନ୍ତି । ଏହି ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ । ଆମ ଦେଶରେ ମଧ୍ୟ ଯୌନ ସମ୍ପର୍କ ରଖିବା ପାଇଁ ବୟସ ୧୮ ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button