ରାଜନୀତି

ପଶ୍ଚିମବଙ୍ଗରେ ପ୍ରବେଶ କଲା ଭାରତ ଯୋଡୋ ନ୍ୟାୟ ଯାତ୍ରା – Kalinga News

[ad_1]

କୋଲକାତା: ଇଣ୍ଡିଆ ମେଣ୍ଟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ନେଇ ବିବାଦ ଲାଗି ରହିଥିବା ବେଳେ ଗୁରୁବାର ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ରାହୁଲ ଗାନ୍ଧି ଗୁରୁବାର କହିଛନ୍ତି ଯେ ଏହି ମେଗା ଯତ୍ରା ଦ୍ୱାଦଶ ଦିନରେ ପଶ୍ଚିମବଙ୍ଗରେ ପ୍ରବେଶ କରିଥିବା ବେଳେ ସମଗ୍ର ଦେଶରେ ଅନ୍ୟାୟ ବିରୋଧରେ ମେଣ୍ଟ ଲଢ଼ିବାକୁ ବଦ୍ଧପରିକର। ସମଗ୍ର ଦେଶରେ ଅନ୍ୟାୟ ଚାଲିଥିବାରୁ ଆମେ ଯାତ୍ରାରେ ନ୍ୟାୟ ଶବ୍ଦକୁ ଯୋଡ଼ିଛୁ ବୋଲି ରାହୁଲ କହିଛନ୍ତି। ଆଜି ସକାଳେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆସାମରୁ ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲାରେ ପ୍ରବେଶ କରିଛି। ରାହୁଲ କହିଛନ୍ତି, ପଶ୍ଚିମବଙ୍ଗ ଆସିଥିବାରୁ ମୁଁ ବହୁତ ଖୁସି। ବିଜେପି-ଆର୍‌ଏସ୍‌ଏସ୍‌ ଘୃଣା, ହିଂସା ଓ ଅନ୍ୟାୟର ପ୍ରଚାର କରୁଛନ୍ତି। ତେଣୁ ଇଣ୍ଡିଆ ମେଣ୍ଟ ଏକାଠି ହୋଇ ଅନ୍ୟାୟର ମୁକାବିଲା କରିବାକୁ ଯାଉଛି। ପୂର୍ବଭାରତର ରାଜ୍ୟରେ ତାଙ୍କୁ ଯେଉଁଭଳି ଭାବେ ସ୍ୱାଗତ କରାଯାଇଛି ସେଥିରେ ସେ ବହୁତ ଖୁସି ବୋଲି କହିଛନ୍ତି। ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଆଗାମୀ ଲୋକସଭା ନିର୍ବାଚନରେ ରାଜ୍ୟରୁ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବାର ଗୋଟିଏ ଦିନ ପରେ ଏହି ରାଲି ପଶ୍ଚିମବଙ୍ଗରେ ପ୍ରବେଶ କରିଛି। ଭାରତ ଜୋଡୋ ନ୍ୟାୟ ଯାତ୍ରା ମଣିପୁରରେ ଜାନୁଆରି ୧୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button