ଅପରାଧ

ସ୍କୁଟିରେ ଯାଉଥିବା ଦୁଇପୁଲିସ କର୍ମଚାରୀଙ୍କ ଅଭଦ୍ରାମୀ; ଛାତ୍ରୀଙ୍କ କେଶକୁ ଘୋଷାରି ତଳେ ପକାଇଦେଲେ – Kalinga News

[ad_1]

ନୂଆଦିଲ୍ଲୀ: ହାଇଦ୍ରାବାଦରେ ନୂଆ ହାଇକୋର୍ଟ ନିର୍ମାଣ ପାଇଁ ପ୍ରଫେସର ଜୟଶଙ୍କର ତେଲଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ଜମି ଆବଣ୍ଟନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ସଙ୍ଗଠନର କିଛି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବିରୋଧ ପ୍ରଦର୍ଶନ ହେତୁ ରାସ୍ତାରେ ଯାତାୟାତରେ ଅସୁବିଧା ହେଉଥିଲା। ତେଣୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ଏଥିରୁ ଜଣେ ଛାତ୍ରୀ ପୁଲିସକୁ ଦେଖି ଦୌଡ଼ି ପଳାଇ ଯାଉଥିଲେ। ଏତିକି ବେଳେ ସ୍କୁଟିରେ ଥିବା ଦୁଇଜଣ ମହିଳା ପୁଲିସ କର୍ମଚାରୀ ମାନବିକତା ଭୁଲି ଯାଇଥିଲେ।

ଜଣେ ସ୍କୁଟି ଚଲାଉଥିବା ବେଳେ ଅନ୍ୟଜଣେ ପୁଲିସ କର୍ମଚାରୀ ଛାତ୍ରୀଙ୍କ କେଶକୁ ଘୋଷାରି  ପକାଇଥିଲେ। ଏଥିରେ ଛାତ୍ରୀ ଜଣକ ରାସ୍ତାରେ ପଡ଼ିଯାଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା।

ଭିଡିଓରେ ମହିଳା ପୁଲିସର ଏଭଳି କାମକୁ ଦେଖି ତୀବ୍ର ନିନ୍ଦା କରାଯିବା ସହିତ କ‌ୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।  ‌

ତେଲଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତିର ନେତା କେ. କବିତା ଏକ୍ସ (ଟ୍ୱିଟର)ରେ କହିଛନ୍ତି, ‘ଜଣେ ଶାନ୍ତିପୂର୍ଣ୍ଣ ବିରୋଧୀ ପ୍ରଦର୍ଶନ କରୁଥିବା ଛାତ୍ରୀଙ୍କ ଏଭଳି କେଶ ଟାଣିବା ଏବଂ ତାଙ୍କ ସହ ଅଭଦ୍ର ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ। ତେଲଙ୍ଗାନା ପୁଲିସକୁ କ୍ଷମା ପ୍ରାର୍ଥନା କରିବା ଉଚିତ।

 

ମୋର ମାନବାଧିକାର ଆୟୋଗଙ୍କ ନିକଟରେ ଅନୁରୋଧ କି ଛାତ୍ରୀଙ୍କ ସହିତ ଏଭଳି କାମ କରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଣ୍ଡ ଦିଆଯାଉ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button