ଅପରାଧ

ଚିକେନ ସ୍ୟାଣ୍ଡଉଇଜ ଖାଇଦେଇଥିବା ମହିଳା ରେସ୍ତୋରାଁକୁ କ୍ଷତିପୁରଣ ବାବଦକୁ ୫୦ଲକ୍ଷ ଟଙ୍କା କଲେ ଦାବି – Kalinga News

[ad_1]

ନୂଆଦିଲ୍ଲୀ: ଗୁଜୁରାଟର ଅହମ୍ମଦାବାଦର ଚାମୁଣ୍ଡାନଗରରେ ବାସବାସ କରୁଥିବା ଜଣେ ମହିଳା ପନିର ସ୍ୟାଣ୍ଡଉଇଜ ମଗାଇଥିବା ବେଳେ ରେସ୍ତୋରାଁ ତାଙ୍କୁ ଆମିଷ ସ୍ୟାଣ୍ଡଉଇଜ ଦେଇଥିଲା। ଯେଉଁ କାରଣରୁ ଉକ୍ତ ମହିଳା ଜଣକ କ୍ଷତିପୂରଣ ବାବଦକୁ ରେସ୍ତୋରାଁକୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି।

ନଗର ନିଗମର ସ୍ୱାସ୍ଥ୍ୟ ବିଭାଗକୁ ନିରାଲି ପରମାପ ଅଭିଯୋଗ କରି କହିଛନ୍ତି, ‘ମଇ ୩ ତାରିଖରେ ମୁଁ ସାଇନ୍ସ ସିଟିରେ ମୋ କାର୍ଯ୍ୟାଳୟରେ ଥିଲି।  ଭୋକ ହେବାରୁ ପନିର ଟିକ୍କା ସ୍ୟାଣ୍ଡଉଇଜ ଅର୍ଡର କରିଥିଲି। କିନ୍ତୁ ରେସ୍ତୋରାଁ ମୋ ପାଖକୁ ଚିକେନ୍ ସ୍ୟାଣ୍ଡଉଇଜ ପଠାଇଥିଲା। ମୁଁ ଜାଣି ନପାରି ଖାଇ ଦେଇଥିଲି। ଗୋଟେ ଦୁଇଟି ଖଣ୍ଡ ମୁହଁରେ ପୁରାଇବା ପରେ ତାର ସ୍ବାଦ ଚାଖି ମୋ‌ତେ ସନ୍ଦେହ ହୋଇଥିଲା ମୁଁ ସମ୍ପୂର୍ଣ୍ଣ ଭାବେ ସ୍ୟାଣ୍ଡଉଇଜ ଖୋଲି ଦେଖିବା ପରେ ସେଥିରେ ଚିକେନ ଖଣ୍ଡ ଥିଲା।

ଏହି ଘଟଣା ମୋତେ ଖୁବ ଆଘାତ ଦେଇଛି। କାରଣ ମୁଁ ଜୀବନରେ କେବେ ହେଲେ ଆମିଷ ଭକ୍ଷଣ କରିନାହିଁ। ଘରେ ବି ଆମର କେହି ଆମିଷ ଖାଆନ୍ତି ନାହିଁ। ଏଭଳି କ୍ଷେତ୍ରରେ ଚିକେନ  ସ୍ୟାଣ୍ଡଉଇଜର କିଛିଖଣ୍ଡ ଖାଇବ‌ ମୋ ଆତ୍ମକୁ ଆଘାତ ଦେଇଛି। ତେଣୁ ଉକ୍ତ ରେସ୍ତୋରାଁ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏଥିସହିତ କ୍ଷତି ପୁରଣ ବାବଦକୁ ମୋତେ ୫୦ଲକ୍ଷ ଟଙ୍କା ରେସ୍ତୋରାଁ ପ୍ରଦାନ କରିବ।

ଅହମ୍ମଦାବାଦ ନଗର ନିଗମର ଖାଦ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନିରାମିଷ ଖାଦ୍ୟ ବଦଳରେ ଆମିଷ ଖାଦ୍ୟ ପ୍ରଦାନ କରାଯାଇଥିଲା। ଏହି ମାମଲାର ତଦନ୍ତ ଚାଲିଛି। ଯଦି କୌଣସି ତ୍ରୁଟି ମିଳେ ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button