ଶୁଆ ଯାଉଛନ୍ତି ଛତିଶଗଡ଼, ବିହାର, କୋଲକାତା: ରାକେଟ୍ ଧରାପଡ଼ିଲା, ୨ ଗିରଫ – Kalinga News

[ad_1]
ରାଉରକେଲା: ରାଉରକେଲାରେ ଶୁଆ ଚାଲାଣ ରୢାକେଟ୍! ବନ୍ୟଜନ୍ତୁ ସଂରକ୍ଷଣ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼, ବିହାର ଓ କୋଲକାତା ଚାଲାଣ କରାଯାଉଛି। ବନବିଭାଗର ଚଢ଼ାଉ ପରେ ଏହି ଅସାଧୁ କାରବାର ଜଣାପଡ଼ିବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖ ସଂଧ୍ୟାରେ ବନ୍ଧମୁଣ୍ଡା ଶୀତଳନଗରର ମୁନ୍ନା ସାହୁ (୩୪) ତାଙ୍କର ଜଣେ ନାବାଳକ ସହଯୋଗୀଙ୍କ ସହିତ ମୋଟରବାଇକ୍ରେ ୧୦ଟି ଶୁଆ ଶାବକ କଟକ ପଠାଇବାକୁ ସେକ୍ଟର-୨ ବସ୍ଷ୍ଟାଣ୍ଡକୁ ଯାଉଥିଲେ। ଏ ସମ୍ପର୍କରେ ସୂଚନା ପାଇ ରାଉରକେଲା ବନାଞ୍ଚଳ ଅଧିକାରୀ ଜ୍ଞାନେନ୍ଦ୍ର ଲିମା, ବନପାଳ ପ୍ରଦୀପ କୁମାର ସାହୁ, ବନରକ୍ଷୀ ରଜତ କୁମାର ମହାନ୍ତି, ଅଲିଅଳ ବେହେରାଙ୍କ ନେତୃତ୍ବରେ ଗଠିତ ଟିମ୍ ଇନ୍ଦିରାଗାନ୍ଧି ପାର୍କ ସମ୍ମୁଖରେ ଦୁହିଁଙ୍କୁ ଜଗି ରହିଥିଲେ। ଇନ୍ଦିରାଗାନ୍ଧି ପାର୍କ ଅତିକ୍ରମ କରୁଥିବାବେଳେ ଦୁହିଁଙ୍କୁ ଅଟକାଇ ଯାଞ୍ଚ କରିବାରୁ ମୋଟରବାଇକ୍ରୁ ୧୦ଟି ଶୁଆ ଶାବକ ମିଳିଥିଲେ। ଦୁହିଁଙ୍କୁ ପଚରାଉଚୁରା କରିବାରୁ ସେମାନେ ଆଉ ୭୨ଟି ଶୁଆ ଶାବକ ନାଲାରୋଡସ୍ଥ ଭଡ଼ାଘରେ ରହିଥିବା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ବନ ବିଭାଗ ଟିମ୍ ଭଡ଼ାଘରୁ ଆଉ ୭୨ଟି ଶୁଆ ଶବକ ଉଦ୍ଧାର କରିଥିଲେ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଉଲ୍ଲଂଘନ ହୋଇଥିବାରୁ ଦୁହିଁଙ୍କୁ ଗିରଫ କରାଯାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ସେମାନେ ଛତିଶଗଡର ରାୟପୁର, ରାଞ୍ଚି, କୋଲକାତା, କଟକ, ସମ୍ବଲପୁର, ଭୁବନେଶ୍ବର ଆଦି ପ୍ରମୁଖ ସହରକୁ ଶୁଆ ଶାବକ ଚାଲାଣ କରୁଥିଲେ। ଏଥିସହ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଉରକେଲା ସମେତ ଏହାର ଆଖପାଖରେ ଚଢ଼ା ଦରରେ ବିକ୍ରି କରୁଥିଲେ। ଗ୍ରାହକ ଦେଖି ମୂଲ୍ୟ ଧାର୍ଯ୍ୟ କରୁଥିଲେ ବୋଲି ମଙ୍ଗଳବାର ରାଉରକେଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସୂଚନା ଦେଇଛନ୍ତି। ଶ୍ରୀ ସେଠୀ କହିଛନ୍ତି, ରାକେଟ୍ରେ ଅନ୍ୟ କେଉଁମାନେ ଅଛନ୍ତି, କେତେଦିନ ଧରି ଏହି ବେଆଇନ କାରବାର ଚାଲିଥଲା, ବନବିଭାଗ ପକ୍ଷରୁ ଗଠିତ ଟିମ୍ ତାହାର ତଦନ୍ତ କରୁଛି। ଶୀଘ୍ର ଏଥିରେ ସାମିଲ ଅନ୍ୟମାନଙ୍କୁ ଗିରଫ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଓ ବିଶ୍ରା ସଂରକ୍ଷିତ ଜଙ୍ଗଲରେ ଅଧିକ ଶାଳଗଛ ରହିଛି, ଯେଉଁଠି ଶୁଆମାନେ ରହିଥା’ନ୍ତି। ବନ୍ଧମୁଣ୍ଡାରେ ମୁନ୍ନା ସାହୁର ଏକ ‘ପେଟ୍ ସପ୍’ ରହିଛି। ସେ ଓ ତା’ର ସହଯୋଗୀ ବିଶ୍ରା ଓ ଏହାର ଆଖପାଖ ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଆ ଶାବକଗୁଡ଼ିକୁ ଧରୁଥିବା ଶ୍ରୀ ସେଠୀ କହିଛନ୍ତି।
[ad_2]